fbpx

ଇୟରବଡ୍‌ରେ କାନ ସଫା କରୁଥିଲେ ସାବଧାନ; ନଚେତ୍ ହରାଇ ବସିବେ ଶ୍ରବଣ ଶକ୍ତି

Advertisement

ନୂଆଦିଲ୍ଲୀ: ଅଧିକାଂଶ ଲୋକ କାନ ସଫା କରିବା ପାଇଁ ଇୟରବଡ ବ୍ୟବହାର କରନ୍ତି । କିନ୍ତୁ ବିଶେଷଜ୍ଞମାନେ ଇୟର ବଡ୍ ବ୍ୟବହାର ନ କରିବାକୁ ପରାମର୍ଶ ଦିଅନ୍ତି । ଧୂଳି, ସୂକ୍ଷ୍ମ ଜୀବ, ଜଳ ଏବଂ ଛୋଟ ଛୋଟ କଣିକାଗୁଡ଼ିକରୁ ନିଜକୁ ରକ୍ଷା କରିବା ପାଇଁ କାନରେ ଏକ ସୂକ୍ଷ୍ମ ପରଦା ରହିଛି । ତେଣୁ ଇୟର ବଡ୍ ବ୍ୟବହାର ଦ୍ୱରା ଏହା ଉପରେ ପ୍ରଭାବ ପଡିବାର ସମ୍ଭାବାନା ଥାଏ ।

-ଯଦି କାନ ଭିତରୁ ଇୟରୱାକ୍ସ ସଫା କରିବା ପାଇଁ ଯଦି ଇୟରବଡ ବ୍ୟବହାର କରାଯାଏ, ତେବେ ଏହାକୁ ଏଡାଇବା ଉଚିତ । ଏହାକୁ ବ୍ୟବହାର କରିବା ଦ୍ୱରା କାନ ପରଦାକୁ ଆମେ ଭିତରକୁ ଠେଲି ଦେଉ, ଯାହା ଦ୍ୱାରା କାନକୁ କମ୍ ଶୁଭିବା ଆରମ୍ଭ ହୁଏ । ଯେଉଁ କାରଣରୁ କାନରେ ଯନ୍ତ୍ରଣା ଏବଂ ଶ୍ରବଣ ଶକ୍ତି ହରାଇବା ଭଳି ସମସ୍ୟା ହୋଇପାରେ । କେବଳ ସେତିକି ନୁହେଁ, ଆମ ଅଜାଣତରେ କିଛି ଆବର୍ଜନା କାନ ଭିତରକୁ ଠେଲି ହୋଇଯାଏ। କାନର ବାହ୍ୟ ଅଂଶକୁ ସଫା କରିବା ପାଇଁ ଇୟର ବଡ୍ ବ୍ୟବହାର କରିବା ଭଲ ।

– ବିଶେଷଜ୍ଞଙ୍କ ଅନୁସାରେ କାନ ସଫା କରିବା କିଛି ଆବଶ୍ୟକତା ନାହିଁ । କାରଣ ଇୟରୱାକ୍ସ ସଫା କରିବା ପାଇଁ କାନର ନିଜସ୍ୱ କ୍ଷମତା ରହିଛି । କାରଣ ଆମେ ଗାଧୋଇବା ବେଳେ         କାନରେ ପାଣି ଓ ସାବୁନ୍ ପଶି ଆପେଆପେ କାନ ସଫା ହୋଇଯାଏ ।

Get real time updates directly on you device, subscribe now.