fbpx
BSKY
BJD SHG SKY
BJD YOUTH SKY

ଏସିଆ କପ ପାଇଁ ବଦଳିଗଲେ ଟିମ ଇଣ୍ଡିଆର କୋଚ: ଦ୍ରାବିଡଙ୍କ ସ୍ଥାନରେ କିଏ ନେବେ ଦାୟିତ୍ୱ?

ନୂଆଦିଲ୍ଲୀ: ରାହୁଲ ଦ୍ରାବିଡଙ୍କ ସ୍ଥାନରେ ଏସିଆ କପରେ ଟିମ ଇଣ୍ଡିଆର ହେଡ କୋଚ ଦାୟିତ୍ୱ ନେବେ ଆଉ ଜଣେ ମହାନାୟକ । କୋଚ ରାହୁଲ ଦ୍ରାବିଡ କରୋନା ପଜିଟିଭ ହେବା ପରେ ଏ ନେଇ ନୂଆ ନିଷ୍ପତ୍ତି ନେଇଛି ବିସିସିଆଇ । ଆସନ୍ତା ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ରାହୁଲ ଦ୍ରାବିଡଙ୍କ ସ୍ଥାନରେ ହେଡ କୋଚ ଭୂମିକାରେ ନଜର ଆସିବେ ଏନସିଏ ଅଧ୍ୟକ୍ଷ ଭିଭିଏସ ଲକ୍ଷ୍ମଣ ।

VVS Laxman could be India's head coach for Ireland series in place of Rahul  Dravid: Report | Cricket News

ଭାରତୀୟ ଦଳ ଏସିଆ କପ ପାଇଁ ୟୁଏଇ ଯିବା ପୂର୍ବରୁ ସମସ୍ତଙ୍କର ରୁଟିନ ଚେକ୍ ଅପ ହୋଇଥିଲା । ଏଥିରେ ଟିମ ଇଣ୍ଡିଆର ହେଡ କୋଚ ରାହୁଲ ଦ୍ରାବିଡ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେଣୁ ଟୁର୍ଣ୍ଣାମେଣ୍ଟରେ ସେ ଦଳ ସହିତ ରହିପାରିବେ ନାହିଁ । ଏହାପରେ ତାଙ୍କ ସ୍ଥାନରେ ଭିଭିଏସ ଲକ୍ଷ୍ମଣଙ୍କୁ ଦାୟିତ୍ୱ ଦେଇଛି ବିସିସିଆଇ । ଦ୍ରାବିଡଙ୍କ ଅନୁପସ୍ଥିତିରେ ସେ ଭାରତୀୟ ଦଳର ପ୍ରସ୍ତୁତି ଉପରେ ନଜର ରଖିବେ ।

ତେବେ ଦ୍ରାବିଡଙ୍କ ଦେହରେ କରୋନାର ସ୍ୱଳ୍ପ ଲକ୍ଷଣ ଚିହ୍ନଟ ହୋଇଛି । ତେଣୁ ସେ ସୁସ୍ଥହେବା ମାତ୍ରେ ଟିମ ସହିତ ଯୋଡି ହେବେ ବୋଲି ବିସିସିଆଇ ସୂଚନା ଦେଇଛି । କିନ୍ତୁ ସେ ପର୍ଯ୍ୟନ୍ତ ଭାରତୀୟ ଦଳର କୋଚ ଭାବେ ଦାୟିତ୍ୱ ନେବେ ଲକ୍ଷ୍ମଣ । ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜରେ ଦଳର କୋଚଭାବେ ନିଯୁକ୍ତ ହୋଇଥିଲେ ଲକ୍ଷ୍ମଣ । ତେବେ କେ.ଏଲ ରାହୁଲଙ୍କ ନେତୃତ୍ୱରେ ଭାରତ ଏହି ସିରିଜକୁ ୩-୦ରେ ନିଜର କରିଛି ।

Get real time updates directly on you device, subscribe now.