fbpx

ଶୁଣ ହେଡ୍ ମାଷ୍ଟ୍ରେ, ସ୍କୁଲ କ’ଣ ତୁମ ବାପାର: ସରକାରୀ ସ୍କୁଲର ରୁମକୁ ୧୫ ହଜାର ଟଙ୍କାରେ ବିକ୍ରି କରିଦେଲେ ପ୍ରଧାନ ଶିକ୍ଷକ

ନୂଆଦିଲ୍ଲୀ: ଆମେ ସାଧାରଣ ଭାବେ ପ୍ରାଇଭେଟ ଘର, ଜାଗା ବିକ୍ରି ଆଉ ଭଡ଼ା ଦିଆଯିବା କଥା ଶୁଣିଛେ । ତେବେ ସରକାରୀ ସ୍କୁଲର ରୁମ୍ ବିକ୍ରି କରାଯିବା କଥା କେବେ ଶୁଣିଛନ୍ତି କି? କଥାଟି କିନ୍ତୁ ସତ । ଜଣେ ଶିକ୍ଷକ ସରକାରୀ ସ୍କୁଲର ରୁମକୁ ୧୫ ହଜାର ଭଡ଼ାରେ ଲଗାଇଛନ୍ତି । ଖେଳ ଏତିକିରେ ସରିନାହିଁ । ଆଗକୁ ଆହୁରି ରୁମ୍ ଭଡ଼ାରେ ଲାଗିବା ପାଇଁ ଡିଲ୍ ଚାଲିଛି ।

ଉତ୍ତରପ୍ରଦେଶର ମୁରାଦାବାଦ ଜିଲ୍ଲାର ଏକ ସରକାରୀ ସ୍କୁଲର ହେଡ୍ ମାଷ୍ଟର ଏଭଳି ବ୍ରେନ୍ ଖଟାଇଛନ୍ତି । ଅଭିଯୋଗ ଆସିବା ପରେ ପରେ ଏବେ ଏହି ମାମଲାର ତଦନ୍ତ ଚାଲିଛି । ତେବେ ଗୋଟିଏ ରୁମକୁ ୩୦ ହଜାରରେ ବିକ୍ରି କରିଥିବା କିଛି ଲୋକ କହୁଥିବା ବେଳେ ୧୫ ହଜାରରେ ବିକ୍ରି କରିଥିବା ଅଭିଯୁକ୍ତ ଶିକ୍ଷକ କହିଛନ୍ତି । ଏଥିସହ ଅନ୍ୟ ଏକ ରୁମ୍ ବିକ୍ରି ପାଇଁ ଡିଲ୍ ଚାଲିଥିବା ଜଣାପଡ଼ିଥିଲା । ଯେଉଁ ବ୍ୟକ୍ତି ଏହି ରୁମ୍ କିଣିଛନ୍ତି ସେ ରୁମକୁ ଭାଙ୍ଗି ଦେଇଛନ୍ତି ।

କୁନ୍ଦରକୀ ବିକାଶ ଖଣ୍ଡ କ୍ଷେତ୍ରର ପୀତପୁର ଗ୍ରାମର ନୈୟାଖେଡ଼ା ପ୍ରାଥମିକ ବିଦ୍ୟାଳୟରେ ଏପରି ଘଟଣା ଦେଖିବାକୁ ମିଳିଛି । ୨୦୧୦ରେ ଏହି ବିଦ୍ୟାଳୟର ଏକ ଅତିରିକ୍ତ ଗୃହ ନିର୍ମାଣ କରାଯାଇଥିଲା । ଉକ୍ତ ରୁମକୁ ପ୍ରଧାନଶିକ୍ଷକ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଦେଇଛନ୍ତି । ଏହି ମାମଲାର ତଦନ୍ତ ରିପୋର୍ଟ ଶିକ୍ଷା ଅଧିକାରୀ ଉପରିସ୍ଥ ଅଧିକାରୀଙ୍କୁ ପଠାଇ ଦେଇଛନ୍ତି । ଅଭିଯୁକ୍ତ ଶିକ୍ଷକ ଜଣଙ୍କ ଅଧିକାଂଶ ସମୟରେ ସ୍କୁଲରେ ଅନୁପସ୍ଥିତ ରହୁଥିବା ଜଣାପଡ଼ିଛି ।

Get real time updates directly on you device, subscribe now.