fbpx

ବନ୍ଦ ହେଲା Paytm ସେବା! ଅନେକ ୟୁଜରଙ୍କ ମୋବାଇଲରେ କାମ କରୁନି ଲୋକପ୍ରିୟ ପେମେଣ୍ଟ ଆପ୍

ନୂଆଦିଲ୍ଲୀ: ଲୋକପ୍ରିୟ ଡିଜିଟାଲ ପେମେଣ୍ଟ ଆପ୍ ‘Paytm’ ଅନେକ ଲୋକଙ୍କ ପାଇଁ ଠପ୍ ହୋଇଯାଇଛି । ଏ ନେଇ ଅଭିଯୋଗ ଦାୟର କରିଛନ୍ତି କିଛି ୟୁଜର । କିଛି ୟୁଜର ଏଥିରେ ଲଗ୍ ଇନ୍ ମଧ୍ୟ କରି ପାରୁନଥିବା ଅଭିଯୋଗ କରିଛନ୍ତି । ସେହିଭଳି ଅନ୍ୟ କେତେକ ୟୁଜରଙ୍କ ପେମେଣ୍ଟ କରିବାରେ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । ତେବେ ଆପ୍ ରେ ଦେଖା ଦେଇଥିବା ଏହି ସମସ୍ୟାକୁ ସ୍ୱୀକାର କରିଛି ପେଟିଏମ୍ । ତେଣୁ ଏହି ସମସ୍ୟାକୁ ଖୁବ ଶୀଘ୍ର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛି ।

ଆଜିକାଲି ଲୋକମାନଙ୍କୁ ଡିଜିଟାଲ ସେବା ଖୁବ ସୁହାଇଛି । ଅଧିକାଂଶ କାମ ପାଇଁ ଡିଜିଟାଲ ସିଷ୍ଟମକୁ ଆପଣେଇ ନେଇଛନ୍ତି ସାଧାରଣ ଜନତା । ତେବେ ଏଥିରେ ଡିଜିଟାଲ ପ୍ଲାଟଫର୍ମରେ ପେମେଣ୍ଟ କରିବା ପାଇଁ ପେଟିଏମ ଫୋନ-ପେ ଇତ୍ୟାଦିକୁ ଜୀବନଶୈଳୀର ଏକ ଅବିଚ୍ଛେଦ ଅଙ୍ଗ ଭାବେ ଲୋକମାନେ ସ୍ୱୀକାର କରି ନେଇଛନ୍ତି । କିନ୍ତୁ ଆଜି ଏହି ଆପ୍ ରେ କିଛି ସମସ୍ୟା ଯୋଗୁଁ ଲୋକମାନଙ୍କୁ ପେମେଣ୍ଟ ଏବଂ ଲଗ୍ ଇନ୍ କରିବାରେ ମଧ୍ୟ ଅସୁବିଧା ହୋଇଛି । ତେଣୁ ଲୋକଙ୍କ ଜୀବନଶୈଳୀରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି ।

କମ୍ପାନୀର କହିବା ଅନୁସାରେ, ୟୁପିଆଇର ବ୍ୟବହାର ମଧ୍ୟ ଖୁବ ଅଧିକ ବୃଦ୍ଧି ପାଇଛି । ଅତିକମ୍ ରେ ଟିୟର-୧ ସହରରେ ଏଭଳି ଜିନିଷ ଦେଖିବାକୁ ମିଳିଛି । ତେବେ କିଛିଟା ବଗ୍ ପାଇଁ ସକାଳ ୯ଟାରୁ ୧୦ଟା ମଧ୍ୟରେ ଅଧିକାଂଶ ଲୋକ ଅଭିଯୋଗ କରିଛନ୍ତି । ତେବେ ଅଭିଯୋଗର ପ୍ରାୟ ୬୬% ଲୋକ ଲଗ୍ ଇନ ସମସ୍ୟାକୁ ନେଇ ଅଭିଯୋଗ କରିଛନ୍ତି । ସେହିଭଳି ୫% ଲୋକଙ୍କୁ ପେମେଣ୍ଟ କରିବାରେ ଅସୁବିଧା ହୋଇଥିବା ବେଳେ, ୨୯% ଲୋକ ଅନ୍ୟାନ୍ୟ ସମସ୍ୟାର ସାମନା କରିଛନ୍ତି ।

ଏଭଳି ଅସୁବିଧା ମୁଖ୍ୟତଃ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ଅହମ୍ମଦାବାଦ, ବେଙ୍ଗଲୁରୁ ଇତ୍ୟାଦି ସହରରେ ଦେଖାଯାଇଛି । ତେବେ କମ୍ପାନୀ ଏହି ସମସ୍ୟାକୁ ସ୍ୱୀକାର କରିବା ସହ ଯଥାସମ୍ଭବ ଏହାକୁ ଠିକ କରିବା ପାଇଁ ପ୍ରତିଶ୍ରୁତି ଦେଇଛି । ତେବେ ନେଟୱାର୍କ ଏରର ଯୋଗୁଁ ଏଭଳି ସମସ୍ୟା ଦେଖା ଦେଇଥିବା କହିଛି ପେଟିଏମ କମ୍ପାନୀ ।

Get real time updates directly on you device, subscribe now.