fbpx

ମହିଳାଙ୍କୁ ଗାଳିଗୁଲଜ କରିବା ସହ ଧକ୍କା ମାରିଲେ ବିଜେପି ନେତା

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆରେ ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଜଣେ ଯୁବକ ଜଣେ ମହିଳାଙ୍କୁ ଗାଳିଗୁଲଜ କରିବା ସହ ଧମକ ଦେଉଛନ୍ତି । ଏପରିକି ମହିଳାଙ୍କୁ ଯୁବକ ଜଣଙ୍କ ଧକ୍କା ମାରିଛନ୍ତି । ତେବେ ଏହି ଭିଡିଓଟି ଉତ୍ତରପ୍ରଦେଶର ନୋଏଡ଼ାରୁ ଆସିଥିବା ବେଳେ ଯୁବକ ଜଣଙ୍କ ହେଉଛନ୍ତି ବିଜେପି ନେତା ଶ୍ରୀକାନ୍ତ ତ୍ୟାଗୀ । ଭିଡିଓ ଭାଇରାଲା ହେବା ପରେ ତ୍ୟାଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।

ଏହି ଭିଡିଓରେ ବିଜେପି ନେତା ତ୍ୟାଗୀଙ୍କ ଦବଙ୍ଗଗିରି ଦେଖା ଯାଉଛି । ସେ ଗାଳିଗୁଲଜ କରିବା ସହ ବଡ଼ପାଟିରେ ଜଣେ ମହିଳାଙ୍କ ସହ ଯୁକ୍ତି କରୁଥିବା ଦେଖାଯାଉଛି । ବିଜେପି ନେତାଙ୍କ ଏହି ହରକତ ସମୟରେ ପାଖରେ କିଛି ଲୋକ ରହିଥିଲେ । ଏହି ଭିଡିଓଟି ସେକ୍ଟର ୯୩ ବିରେ ଗ୍ରାଣ୍ଡ ଓମେକ୍ସ ସୋସାଇଟିରେ ଘଟିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ତ୍ୟାଗୀ ସୋସାଇଟି ପାର୍କରେ କିଛି ଅବୈଧ କବଜା କରି ରଖିଛନ୍ତି । ଏହାକୁ ନେଇ ସୋସାଇଟିର ନିବାସୀ ଅଭିଯୋଗ କରି ଆସୁଥିଲେ । ଏନେଇ ତ୍ୟାଗୀଙ୍କୁ ୧୫ ଦିନ ମଧ୍ୟ ଅବୈଧ ଜବରଦଖଲ ହଟାଇବାକୁ ନୋଟିସ୍ ଦିଆଯାଇଥିଲା । ମହିଳା ଜଣଙ୍କ ଏହି ଅବୈଧ କବଜାକୁ ନେଇ ତ୍ୟାଗୀଙ୍କ ସହ ଆଲୋଚନା କରୁଥିଲେ । ମାତ୍ର ତ୍ୟାଗୀ ନିଜର ନିୟନ୍ତ୍ରଣ ହରାଇ ଗାଳିଗୁଲଜ କରିଥିଲେ । ମହିଳା ଜଣଙ୍କ ଏହାକୁ ବିରୋଧ କରିବାରୁ ତ୍ୟାଗୀ ତାଙ୍କୁ ଧକ୍କା ମାରିଥିଲେ । ଭିଡିଓ ଭାଇରାଲ ହେବା ପରେ ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷ ତ୍ୟାଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

Get real time updates directly on you device, subscribe now.