fbpx

ଗୋଟିଏ ବାଇକରେ ଏକା ସାଙ୍ଗରେ ୭ ଜଣ: ଗ୍ୟାଙ୍ଗ ଉପରେ ପୋଲିସ କଲା ଏମିତି କାର୍ଯ୍ୟାନୁଷ୍ଠାନ

ଓଡିଶା ଭାସ୍କର: ସୋସିଆଲ ମିଡିଆ ଏବେ ଲୋକଙ୍କ ପାଇଁ ଏଣ୍ଟରଟେନମେଣ୍ଟର ନୂଆ ପ୍ଲାଟଫର୍ମ ପାଲଟିଯାଇଛି । ଏଥିରେ ଭାଇରାଲ ହେଉଥିବା ଭିଡିଓ ଲୋକଙ୍କ ନିଦ ହଜାଇ ଦେଉଛି । ସେହିଭଳି ଏକ ଭିଡିଓ ଏବେ ସାମନାକୁ ଆସିଛି । ଯେଉଁଥିରେ କିଛି ଯୁବକଙ୍କର ଅଦ୍ଭୁତ ଏବଂ ଭୟାନକ କାରନାମା ଦେଖା ଯାଇଛି । ଗୋଟିଏ ବାଇକରେ ୩ ନୁହେଁ କି ୪ ନୁହେଁ ଏକା ସାଙ୍ଗରେ ୭ ଜଣ ଯୁବକ ବସିଥବାର ଭିହିଓ ଏବେ ଟ୍ରେଣ୍ଡିଂରେ ଅଛି ।

ଶୁଣି ଆଶ୍ଚର୍ଯ୍ୟ ଲାଗିଥିବ ନିଶ୍ଚୟ । ଗୋଟିଏ ବାଇକରେ ଅଧିକରୁ ଅଧିକ ୩ଜଣ ବସିବା ହିଁ ସମ୍ଭବ । ସେଥିରେ ପୁଣି ବାଟରେ ଯିବା ବେଳେ ଟ୍ରାଫିକ ପୋଲିସଙ୍କୁ ଭୟ । କିନ୍ତୁ ଯଦି ଏହି ଟାଇମରେ ଆପଣଙ୍କୁ କୁହାଯାଏ କି ଗୋଟିଏ ବାଇକରେ ୭ ଜଣଙ୍କୁ ବସାଇବା କଥା ତେବେ ଆପଣ ଏହାକୁ ହସରେ ଉଡାଇ ଦେବେ । କିନ୍ତୁ ଏହାକୁ ସତ କରି ଦେଖାଇଛନ୍ତି ଉତ୍ତରପ୍ରଦେଶର କିଛି ଯୁବକ । ତେବେ ଏହା ସେମାନଙ୍କର ସାହସ ନା ଦୁଃସାହସ ତାହା ଆପଣ ଚିନ୍ତା କରନ୍ତୁ । ତେବେ ଆପଣ ବି ଥରେ ଏ ଭିଡିଓ ଦେଖନ୍ତୁ……

ଗୋଟିଏ ବାଇକରେ ଭିଡ ରାସ୍ତାରେ ୭ ଜଣଙ୍କୁ ବସାଇ ଗାଡି ଚଳାଉଛନ୍ତି ଏହି ଯୁବକ । ବାଇକକୁ ଦେଖିଲେ ଏମିତି ଲାଗୁଛି, ସତେ ଯେମିତି କେହି ଫେରିବାଲା ଗୋଟିଏ ପରେ ଗୋଟିଏ ଜିନିଷ ଲଦି ବିକ୍ରି କରିବାକୁ ବାହାରିଛି । ଗୋଟିଏ ବାଇକରେ ଏକା ସାଙ୍ଗରେ ୭ ଜଣ ବନ୍ଧୁ ଉପରକୁ ଉପର ଲଦି ହୋଇ ବସିଛନ୍ତି । ଥରେ ଭାବନ୍ତୁ ଯଦି ଟକିଏ କେଉଁଠି ଓଲଟ ପାଲଟ ହୋଇଯାଏ, ଏକାଥରେ ୭ଟି ମୂଲ୍ୟବାନ ଜୀବନ ଚାଲିଯିବ । ତା ସହ ଆହୁରି କେତେ ଜଣଙ୍କର କ’ଣ କ୍ଷତି ହେବ ତାହା କହିବା ବି ମୁସ୍କିଲ ।

ରାସ୍ତା ମଝିରେ ରାତିରେ ଏମାନେ ଖୋଲାଖୋଲି ଭାବରେ ଟ୍ରାଫିକ ନିୟମକୁ ଭାଙ୍ଗଛନ୍ତି । ତେଣୁ ଥରେ ଚିନ୍ତା କରନ୍ତୁ ପୋଲିସ ଏମାନଙ୍କୁ କି ପ୍ରକାର ଦଣ୍ଡ ଦେଇଥିବ । ପୋଲିସ ଏ ମାମଲା ଜାଣିବା ପରେ ଗାଡି ନମ୍ବରରୁ ସେମାନଙ୍କୁ ଚିହ୍ନଟ କରିବା ପରେ ସେମାନଙ୍କ ଉପରେ ନେଇଛି ଏକ କଡା କାର୍ଯ୍ୟାନୁଷ୍ଠାନ । ରାସ୍ତା ମଝିରେ ଏମିତି କାଣ୍ଡ ଘଟାଉଥିବା ଏହି ଗ୍ୟାଙ୍ଗ ଉପରେ ୨୪ ହଜାର ଟଙ୍କାର ଜରିମାନା ଚାଲାଣ କରିଛି ପୋଲିସ ।

ତେବେ ଏମାନଙ୍କ ବରୋଧରେ ଗୋଟିଏ ନୁହେଁ ଭିନ୍ନ ଭିନ୍ନ ଦଫାରେ ମାମଲା ରୁଜୁ କରି ପୋଲିସ ମୋଟ ୨୪ ହଜାର ଟଙ୍କାର ଚାଲାଣ ଧରାଇଦେଇଛି । ଏହାବ୍ୟତୀତ ବାଇକ ମିଳିଲେ ଏହାକୁ ସିଜ କରାଯିବ ବୋଲି ମଧ୍ୟ କହିଛନ୍ତି ଟ୍ରାଫିକ ଏସ.ପି ରାମାନନ୍ଦ କୁଶୱାହା । ଏହାସହିତ ସମସ୍ତଙ୍କୁ ଟ୍ରାଫିକ ନିୟମ ମାନି ଚଳିବା ପାଇଁ ସେ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.