fbpx

୨୫୮୫ ହାଇସ୍କୁଲରେ ନାହାଁନ୍ତି ପ୍ରଧାନଶିକ୍ଷକ

ଭୁବନେଶ୍ୱର,୨୬ ।୨(ଓଡିଶା ଭାସ୍କର): ଗୃହରେ ଉଠିଛି ହାଇସ୍କୁଲ ପ୍ରଧାନଶିକ୍ଷକଙ୍କ ପଦବୀ ଖାଲି ପଡିବା ପ୍ରସଙ୍ଗ । ଗୃହରେ ପ୍ରଶ୍ନ ଉଠାଇଲେ କଂଗ୍ରେସ ବିଧାୟକ ସୁର ରାଉତ ରାୟ । ସୁରଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ, ରାଜ୍ୟରେ ୨୫୮୫ ହାଇସ୍କୁଲରେ ପ୍ରଧାନଶିକ୍ଷକ ପଦବୀ ଖାଲି ପଡିଛି ।’

ଏହା ସହ ଗୃହରେ ବିରୋଧୀ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଗଣଶିକ୍ଷାମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ୩୫,୬୭୯ ସ୍କୁଲରେ ବିଜୁଳି ବ୍ୟବସ୍ଥା ନାହିଁ । ୩୪,୩୯୪ଟି ସ୍କୁଲରେ ପାଣି ସହ ଶୌଚାଳୟ ନାହିଁ । ୩୭,୬୪୫ଟି ସ୍କୁଲରେ ଖେଳ ପଡିଆ ନାହିଁ । ୨୪୫୧ଟି ସ୍କୁଲରେ ପାଠାଗାର ନାହିଁ । ୯୦ ଟି ବିଦ୍ୟାଳୟରେ କଳାପଟା ନଥିବା ବେଳେ ୧୬,୩୬୮ଟି ବିଦ୍ୟାଳୟରେ ପାଚେରୀ ନାହିଁ ।’

Get real time updates directly on you device, subscribe now.