ହେଡଫୋନ୍ କରିଦେବ କାଲା, କିପରି ରହିବେ ସାବଧାନ
ଅଧିକ ସମୟ ପର୍ଯ୍ୟନ୍ତ ହେଡଫୋନ୍ ବ୍ୟବହାର କଲେ କାନ ଖରାପ ହେବାର ସମ୍ଭାବନା ରହିଛି । ତେଣୁ ହେଡଫୋନ୍ ବ୍ୟବହାର କରିବା ପୂର୍ବରୁ ଏହାର ଯାଞ୍ଚ୍ କରନ୍ତୁ ।
ଓଡ଼ିଶା ଭାସ୍କର: ଆଜିକାଲି ଅଧିକାଂଶ ଯୁବପିଢ଼ିଙ୍କ ମଧ୍ୟରେ ହେଡଫୋନ୍ କ୍ରେଜ୍ ଦେଖିବାକୁ ମିଳୁଛି ।
ସଙ୍ଗୀତର ମଜାକୁ ଦ୍ୱିଗୁଣିତ କରିବା ପାଇଁ ଅଧିକାଂଶ ହେଡଫୋନର ସାହାରା ନେଇଥାନ୍ତି ।
ବଜାରରେ ୱାୟାରଲେସ୍ ହେଡଫୋନ୍ ମଧ୍ୟ ଉପଲବ୍ଧ । ଅଫିସ୍ ମିଟିଂ, ପାଠପଢ଼ା, ପ୍ରୋଗ୍ରାମ ଇତ୍ୟାଦି ପାଇଁ ଏହା ବେଶ ଲାଭଦାୟକ ହୋଇଥାଏ ।
କେତେ ସୁରକ୍ଷିତ ହେଡଫୋନ୍: ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ହେଡଫୋନର ସର୍ବାର୍ଧିକ ଭଲ୍ୟୁମ୍ ୬୦% ରହିବା ଉଚିତ । ନଚେତ୍ ଏହା କାନ ପାଇଁ କ୍ଷତିକାରକ ହୋଇପାରେ ।
ବେଳେ ବେଳେ ଅଧିକ ସମୟ ପର୍ଯ୍ୟନ୍ତ ହେଡଫୋନରେ ଗୀତ ଶୁଣିଲେ ନଏଜ୍ ଇନଡ୍ୟୁସ୍ଡ ହିୟରିଂ ଲସ୍ ସମସ୍ୟା ଦେଖାଦେଇଥାଏ ।
ତେବେ ଆସନ୍ତୁ ଜାଣିବା ହେଡଫୋନ୍ କିଣିବା ପୂର୍ବରୁ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ ।
୧. ସଠିକ୍ ପ୍ରକାର: ବଜାରରେ ବିଭିନ୍ନ ପ୍ରକାର ହେଡଫୋନ୍ ଉପଲବ୍ଧ ଯଥା ଇନ୍ ଇୟର, ଅନ୍ ଇୟର ଏବଂ ଓଭର ଇୟର । ନିଜ ଆବଶ୍ୟକତା ଅନୁଯାୟୀ ଆରାମଦାୟକ ହେଡଫୋନ୍ ଚୟନ କରନ୍ତୁ ।
୨. ସାଉଣ୍ଡ୍ କ୍ୱାଲିଟି: ଉତ୍ତମ ସାଉଣ୍ଡ୍ ଅନୁଭୂତି ପାଇଁ ସର୍ବଦା ହେଡଫୋନର ଫ୍ରିକ୍ୱେନ୍ସି ରେଞ୍ଜ୍, ବେସ୍ ଏବଂ ନଏଜ୍ କ୍ୟାନସେଲେସନ୍ ଫିଚର ଯାଞ୍ଚ୍ କରନ୍ତୁ ।
୩. ୱାୟାରଲେସ୍ କିମ୍ବା ୱାୟାର୍ଡ଼: ୱାୟାରଲେସ୍ ହେଡଫୋନ୍ ଆରାମଦାୟକ ଏବଂ ଆଧୁନିକ ଅଟେ । ସେହିପରି ୱୟାର୍ଡ଼ ହେଡଫୋନ୍ ଉତ୍ତମ ସାଉଣ୍ଡ୍ କ୍ୱାଲିଟି ପ୍ରଦାନ କରିଥାଏ ।
୪. ବ୍ୟାଟେରୀ ଲାଇଫ୍: ୱାୟାରଲେସ୍ ହେଡଫୋନ୍ କିଣିବା ସମୟରେ ଏହାର ବ୍ୟାଟେରୀ ଲାଇଫ୍ ଉପରେ ଧ୍ୟାନ ଦିଅନ୍ତୁ । ଦୀର୍ଘ ବ୍ୟାଟେରୀ ଲାଇଫ୍ ଥିବା ହେଡଫୋନ ଭ୍ରମଣ ଏବଂ ୱାର୍କଆଉଟ୍ ପାଇଁ ଉପଯୁକ୍ତ ଅଟେ ।
୫. ଇୟର ବଡ୍: ଆରାମଦାୟକ ଇୟର ପ୍ୟାଡ୍ ଥିବା ହେଡଫୋନ୍ ବ୍ୟବହାର କରନ୍ତୁ । ଖରାପ ଫିଟିଂ ଥିଲେ କାନ ସମସ୍ୟା ଦେଖାଦେଇପାରେ ।
୬. ଯତ୍ନ: ହେଡଫୋନ୍ ସବୁବେଳେ ସଫା କରନ୍ତୁ ଏବଂ ଏଥିପାଇଁ ବ୍ୟବହୃତ ହେଉଥିବା ସ୍ୱତନ୍ତ୍ର କେସ୍ ଭିତରେ ସୁରକ୍ଷିତ ରଖନ୍ତୁ । କୌଣସି ପ୍ରକାର ତରଳ ପଦାର୍ଥ ଠାରୁ ଦୂରେଇ ରଖନ୍ତୁ ।