fbpx

ମଙ୍କିପକ୍ସ ଭାଇରସ ସଂକ୍ରମଣରୁ କେମିତି ବଞ୍ଚିବେ? ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦେଲା ଟିପ୍ସ

AAKASH

ନୂଆଦିଲ୍ଲୀ: ଦେଶରେ ମଙ୍କିପକ୍ସ ଭାଇରସର ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି ହୋଇଛି । ଏହି ସଂକ୍ରମଣରୁ ବଞ୍ଚିବା ପାଇଁ କ’ଣ କରିବା ଉଚିତ ଏବଂ କ’ଣ ନ କରିବା ଉଚିତ ସେ ସମ୍ପର୍କରେ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଦୀର୍ଘ ସମୟ କୌଣସି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଲେ କିମ୍ବା ବାରମ୍ବାର ସମ୍ପର୍କରେ ଆସିବା ଦ୍ୱାରା ଏହି ସଂକ୍ରମଣ ବ୍ୟାପିଥାଏ ।

ସଂକ୍ରମିତ ବ୍ୟକ୍ତିଙ୍କୁ ଅନ୍ୟମାନଙ୍କଠାରୁ ଦୂରେଇ ରହିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ଯାହାଦ୍ୱାରା ସଂକ୍ରମଣରେ ରୋକ ଲାଗିପାରିବ । ହ୍ୟାଣ୍ଡ ସାନିଟାଇଜରର ବ୍ୟବହାର, ପାଣି ଏବଂ ସାବୁନରେ ହାତ ଧୋଇବା, ।ମସ୍କ ତଥା ରୁମାଲ ଇତ୍ୟାଦିରେ ମୁହଁକୁ ଢାଙ୍କି ରଖିବା ଏବଂ ରୋଗୀଙ୍କ ପାଖକୁ ଡିସ୍ପୋଜାଲ ଗ୍ଲୋଭସ ଏବଂ ହସ୍ପିଟାଲର ପରିବେଶକୁ ସଫାସୁତରା ରଖିବା ପାଇଁ କୀଟନାଶକ ଇତ୍ୟାଦିର ସିଞ୍ଚନ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

ତେବେ ଏହି ଭାଇରସରେ ପଜିଟିଭ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଙ୍କ ସହିତ ବିଛଣା, ବସ୍ତ୍ର କିମ୍ବା ଅନ୍ୟାନ୍ୟ ଜିନିଷ ସେୟାର କରିବାରୁ ବିରତ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ସେହିପରି ସଂକ୍ରମିତ ବ୍ୟକ୍ତିମାନଙ୍କୁ କୌଣସି ସାର୍ବଜନିକ ସ୍ଥଳ ଆଦିକୁ ଯିବାକୁ ବାରଣ କରାଯାଇଛି । ଏହାସହିତ ମଙ୍କିପକ୍ସ ଭାଇରସକୁ ନେଇ ହେଉଥିବା ବିଭିନ୍ନ ଗୁଜବ କିମ୍ବା ମିଥ୍ୟା ଖବରରୁ ଦୂରେଇ ରହିବା ସହିତ ଏସବୁକୁ ବିଶ୍ୱାସ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.