fbpx

ଅଧିକ ସମୟ ଟିଭି ଦେଖୁଥିଲେ ହୋଇଯାଆନ୍ତୁ ସାବଧାନ! ପଡ଼ିପାରେ ସ୍ୱାସ୍ଥ୍ୟ ଉପରେ ଏହି ସବୁ ପ୍ରଭାବ

ଅନେକ ଲୋକ ନିଜର ଖାଲି ସମୟ ବିତାଇବା ପାଇଁ ଟିଭି ଦେଖିବାକୁ ପସନ୍ଦ କରିଥାନ୍ତି । ଏହା ମଧ୍ୟରେ ଗୃହିଣୀମାନଙ୍କ ସଂଖ୍ୟା ବେଶ ଅଧିକ । ତେବେ ବିନା କୌଣସି କାର୍ଯ୍ୟରେ ଖାଲି ବସି ରହିବା ଦ୍ୱାରା ଉଭୟ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ସାମ୍ପ୍ରତିକ ଅନୁସନ୍ଧାନରୁ ଜଣାପଡିଛି ଯେ ଭିନ୍ନ ଭିନ୍ନ କାର୍ୟ୍ୟ ପାଇଁ ବସିବାର ଭିନ୍ନ ପ୍ରଭାବ ରହିଛି। ଉଦାହରଣ ସ୍ୱରୂପ, ଘଣ୍ଟା ଘଣ୍ଟା ଧରି ଏକ ଡେସ୍କରେ ବସିବା, କାର୍ ଚଲାଇବା କିମ୍ବା ଟିଭି ଦେଖିବା । ଏହି ତିନୋଟି ଅବସ୍ଥାରେ ଶରୀର ଏବଂ ମନ ଭିନ୍ନ ଭାବରେ କାର୍ଯ୍ୟ କରିଥାଏ ।

ଏଥିମଧ୍ୟରୁ ସବୁଠାରୁ ବିପଜ୍ଜନକ ହେଉଛି ଟିଭି ଦେଖିବା । ତେବେ ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ଘଣ୍ଟା ଘଣ୍ଟା ଧରି ଟିଭି ଦେଖିବା ଦ୍ୱାରା ଡିପ୍ରେସନର ଆଶଙ୍କା ୪୩ ପ୍ରତିଶତ ବଢ଼ିଥାଏ। ଏପରି ସ୍ଥଳେ କିଛି ମାତ୍ରାରେ ଶାରୀରିକ ପରିଶ୍ରମ କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଏହା ଦ୍ୱାରା ଆପଣ ଉଭୟ ଶାରୀରିକ ଏବଂ ମାନସିକ ସ୍ତରରେ ସକ୍ରିୟ ରହିବା ସହିତ ଚିନ୍ତା ମୁକ୍ତ ମଧ୍ୟ ରହିଥାନ୍ତି । ତେବେ ଅଧିକ ସମୟ ଧରି ଟିଭି ଦେଖିବା ଦ୍ୱାରା ହେଉଥିବା ଅବସାଦ ଆପଣଙ୍କ ଶରୀର ଉପରେ ନକାରାତ୍ମକ ପ୍ରଭାବ ପକାଇବା ସହିତ ଶାରିରୀକ ଏବଂ ମାନସିକ ସ୍ଥରରେ ମଧ୍ୟ ଆପଣଙ୍କର ଅନେକ କ୍ଷତି କରିଥାଏ ।

– ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ବିଭିନ୍ନ ପ୍ରକାର ଯୋଗ ବ୍ୟାୟାମ କରିବା ଦ୍ୱାରା ହୃଦରୋଗ, ଉଚ୍ଚ ରକ୍ତଚାପ ଏବଂ ମେଦବହୁଳତାର ଆଶଙ୍କା କମିଥାଏ । କିନ୍ତୁ ଅଧିକ ସମୟ ବସି ରହି ଟିଭି ଦେଖିବା ଦ୍ୱାରା ଏହି ସବୁ ରୋଗର ଆଶଙ୍କା ବଢ଼ିଥାଏ ।

– ବ୍ରିଟେନରେ କରାଯାଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ବିନା କାର୍ଯ୍ୟରେ ଖାଲି ବସିରହିବା ଦ୍ୱାରା ଚାପ ଏବଂ ଉଦାସୀନତା ଭଳି ମାନସିକ ରୋଗ ବଢ଼ିଥାଏ ।

– ଟିଭି ଦେଖିବା ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ମଧ୍ୟ ପ୍ରଭାବିତ ହୋଇପାରେ । ଏଥି ସହିତ ମେଦବହୁଳତା ଏବଂ ଅବସାଦର ମଧ୍ୟ କାରଣ ହୋଇପାରେ । ତେଣୁ ଆପଣ ମାନସିକ ସ୍ତରରେ ସୁସ୍ଥ ରହିବାକୁ ଚାହୁଁଥିଲେ ଶାରିରୀକ ସକ୍ରିୟ ରୁହନ୍ତୁ ।

Get real time updates directly on you device, subscribe now.