fbpx

Big Breaking ଡିସେମ୍ବର ୩ ତାରିଖରେ ହେବ ବାତ୍ୟା: ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା

ଭୁବନେଶ୍ୱର: ଆସନ୍ତା ୩ ତାରିଖରେ ଆସୁଛି ଏକ ବଡ଼ ବାତ୍ୟା । ୩ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଏହି ବାତ୍ୟା ସୃଷ୍ଟି ହେବାକୁ ଯାଉଛି । ଏ ନେଇ ଭୁବନେଶ୍ୱର ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ବାତ୍ୟା ଖବର ପାଇବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପୁଣିଥରେ ଭୟ ଖେଳିଯାଇଛି । ଆସନ୍ତା ୩ ତାରିଖରେ ବାତ୍ୟା ସୃଷ୍ଟି ହୋଇ ଏହାପରେ ୪ ତାରିଖରେ ଉପକୂଳ ଛୁଇଁପାରେ ଏହି ବାତ୍ୟା ।

ପାଣିପାଗ ବିଭାଗର ସୂଚନା ଅନୁସାରେ, ଆସନ୍ତା ଡିାସମ୍ବର ୩ ତାରିଖରେ ବାତ୍ୟାର ରୂପ ନେଇ ୪ ତାରିଖରେ ଏହା ଉପକୂଳ ଛୁଇଁବ । ତେବେ ସଦୃଶ୍ୟ ଲଘୁଚାପ ୨୪ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବ ବୋଲି କହିଛି ପାଣିପାଗ ବିଭାଗ । ପରବର୍ତ୍ତୀ ସମୟରେ ୩ ତାରିଖ ଦିନ ବାତ୍ୟାରେ ରୂପାନ୍ତରଣ ହେବାର ସମ୍ଭାବନା ରହିଛି । ୩ ତାରିଖ ସୁଦ୍ଧା ବାତ୍ୟା ସୃଷ୍ଟି ହୋଇ ୪ ତାରିଖ ସକାଳେ ଉପକୂଳ ଛୁଇଁପାରେ ଏହି ସମ୍ଭାବ୍ୟ ବାତ୍ୟା । ତେବେ ଏହା ଉତ୍ତର ତାମିଲନାଡୁ-ଦକ୍ଷିଣ ଆନ୍ଧ୍ର ଉପକୂଳ ପାଖାପାଖି ପହଞ୍ଚିବାର ସମ୍ଭାବନା ରହିଛି । ଏହି ସମ୍ଭାବ୍ୟ ବାତ୍ୟାକୁ ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।

https://x.com/mcbbsr/status/1730169605052830044?s=20

Get real time updates directly on you device, subscribe now.