fbpx
BJD SKY
BJD SKY

କମ୍ ବୟସରୁ ହେଲଥ ଇନସ୍ୟୁରାନ୍ସ ପଲିସି କଲେ ରହିଛି ବହୁ ଫାଇଦା, ପ୍ରିମିୟମ କମ୍ ସହ ଆହୁରି କ’ଣ ଲାଭ ରହିଛି ଆସନ୍ତୁ ଜାଣିନେବା

BJD

ନୂଆଦିଲ୍ଲୀ: ଗତ କିଛି ବର୍ଷ ଧରି ତଥା ବିଶେଷ କରି କୋଭିଡ୍ ୧୯ ମହାମାରୀ ପରେ ଲୋକଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ନେଇ ସଚେତନତା ବହୁ ମାତ୍ରାରେ ବୃଦ୍ଧି ପାଇଛି । ସ୍ୱାସ୍ତ୍ୟ ବୀମା ବା ହେଲଥ ଇନସ୍ୟୁରାନ୍ସ କରିବାରେ ବହୁ ଫାଇଦା ରହିଛି । ଜରୁରୀ ପରିସ୍ଥିତି ବେଳେ କୌଣସି ବି ମେଡିକାଲ୍ ରେ ଆଡମିଟ୍ ହେବା ସମୟରେ ଏହା ଆର୍ଥିକ ସୁରକ୍ଷା ପ୍ରଦାନ କରିଥାଏ । ଏଣୁ ପରିବାରର ସମସ୍ତ ସଦସ୍ୟ ଏହି ହେଲଥ ଇନସ୍ୟୁରାନ୍ସ ପଲିସି କରିବା ଜରୁରୀ ।
ଆପଣ ଯେତେ କମ୍ ବୟସରେ ହେଲଥ ଇନସ୍ୟୁରାନ୍ସ ପଲିସି କ୍ରୟ କରିବେ ଆପଣଙ୍କୁ ସେତେ ଅଧିକ ଫାଇଦା ମିଳିବ । ଏହି କ୍ରମରେ କମ୍ ବୟସରେ ହେଲଥ ଇନସ୍ୟୁରାନ୍ସ ପଲିସି ନେବାର କଣ ଫାଇଦା ରହିଛି ଆସନ୍ତୁ ଜାଣିନେବା ।
ବୟସ କମ୍ ତ ପ୍ରିମିୟମ କମ୍:
ବୟସ୍କଙ୍କ ତୁଳନାରେ ଯୁବଗୋଷ୍ଠୀଙ୍କୁ କୌଣସି ଗମ୍ଭୀର ରୋଗର ସମ୍ଭାବନା କମ୍ ରହିଥାଏ । ଏପରି ବହୁ ରୋଗ ରହିଛି ଯାହା ବୟସ ବଢିବା ସହିତ ହିଁ ଆସିଥାଏ । ଏହି କାରଣରୁ କମ୍ ବୟସରେ ହେଲଥ ଇନସ୍ୟୁରାନ୍ସ ପଲିସିରେ ନିବେଶ କରୁଥିବା ଯୁବକଙ୍କୁ ପ୍ରିମିୟମ୍ କମ୍ ଦେବାକୁ ହୋଇଥାଏ । ହେଲଥ ଇନସ୍ୟୁରାନ୍ସର ପ୍ରିମିୟମ ରାଶି ବୟସ ସହ ବଢିଯାଏ । ଏଣୁ କମ୍ ବୟସରେ ହେଲଥ ଇନସ୍ୟୁରାନ୍ସ ପଲିସି ନେବା ଆପଣଙ୍କ ଲାଗି ଲାଭଦାୟକ ହୋଇଥାଏ ।
କ୍ଲେମ୍ ନ କଲେ ମିଳିଥାଏ ବୋନସ୍:
କୌଣସି ବ୍ୟକ୍ତିଙ୍କୁ କିଛଇ ରୋଗ ହୋଇ ନ ଥିଲେ ବି ସେ ହେଲଥ ଇନସ୍ୟୁରାନ୍ସ ପଲିସିରେ ନିବେଶ କରିବା ଉଚିତ । ଏହାର ଫାଇଦା ହେଉଛି ଯଦି ଆପଣ ହେଲଥ ଇନସ୍ୟୁରାନ୍ସ କ୍ଲେମ୍ କରିବେ ନାହିଁ ତଥାପି ଏକ ନିଶ୍ଚିତ ଅବଧି ପରେ ଆପଣଙ୍କୁ ନୋ କ୍ଲେମ୍ ବୋନସ୍ ପ୍ରଦାନ କରାଯିବ । ଯେ ପର୍ଯ୍ୟନ୍ତ ଗ୍ରାହକ ପାଖରେ ଏକ ନିର୍ଦ୍ଧିଷ୍ଟ ରାଶି ଅର୍ଥାତ୍ ୫୦ ପ୍ରତିଶତ ପର୍ଯ୍ୟନ୍ତ ଅର୍ଥରାଶି ପହଞ୍ଚି ନ ଯାଇଛି ସେ ପର୍ଯ୍ୟନ୍ତ ବର୍ଷ ପରେ ବର୍ଷ ଆପଣଙ୍କୁ ଏହା ପ୍ରଦାନ କରାଯିବ । ଏହାଦ୍ୱାରା ଆପଣଙ୍କ ପ୍ରିମିୟମ ସ୍ଥିର ରହିବା ସହ ଇନସ୍ୟୁରାନ୍ସ କଭର ରାଶି ବଢିଯିବ । ତେବେ ଏହାକୁ ନେଇ ଇନସ୍ୟୁରାନ୍ସ କମ୍ପାନୀ ମାନଙ୍କର ନିଜସ୍ୱ ଗାଇଡଲାଇନ୍ ରହିଛି ଯାହା ଅନୁସରଣ କରିବା ଜରୁରୀ ।
ୱେଟିଂ ପିରିୟଡର ଚିନ୍ତା ନାହିଁ:
ବହୁ ହେଲଥ ଇନସ୍ୟୁରାନ୍ସ ପଲିସିରେ ପୂର୍ବରୁ ଥିବା ରୋଗ ଲାଗି ଏକ ନିଶ୍ଚିତ ଅବଧିର ୱେଟିଂ ପିରିୟଡ୍ ରହିଥାଏ । ପଲିସିରେ ନିବେଶ କରିବାର ସେହି ଧାର୍ଯ୍ୟ ସମୟ ପରେ ଯାଇ ଆପଣଙ୍କୁ ଆପଣଙ୍କ ଗମ୍ଭୀର ରୋଗର ଚିକିତ୍ସା କ୍ଷେତ୍ରରେ ଇନସ୍ୟୁରାନ୍ସ କଭରେଜ୍ ମିଳିଥାଏ । ୱେଟିଂ ପିରିୟଡର ଅବଧି ୩ରୁ ୪ ବର୍ଷ ପର୍ଯ୍ୟନ୍ତ ରହିଥାଏ । ଏହି ଅବଧି ପରେ କୌଣସି ବି ଇନସ୍ୟୁରାନ୍ସ କମ୍ପାନୀ ଆପଣଙ୍କ କ୍ଲେମ୍ ରିଜେକ୍ଟ କରିପାରିବ ନାହିଁ । ଏପରି ସ୍ଥିତିରେ କମ୍ ବୟସରେ ଇନସ୍ୟୁରାନ୍ସ ପଲିସି କିଣିଥିଲେ ଆପଣଙ୍କୁ ୱେଟିଂ ପିରିୟଡର ଚିନ୍ତା କରିବାକୁ ପଡିବ ନାହିଁ ।

Get real time updates directly on you device, subscribe now.