fbpx

ଡାଇବେଟିସ୍ ରୋଗୀଙ୍କ ଲାଗି ବରଦାନ ସଦୃଶ ଲେମ୍ବୁ , କେମିତି ଉପାୟରେ ଖାଇବେ ଜାଣି ନିଅନ୍ତୁ

AAKASH

ନୂଆଦିଲ୍ଲୀ: ଏବେ ଲୋକମାନଙ୍କ ମଧ୍ୟରେ ଡାଇବେଟିସ ସମସ୍ୟା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏହି ରୋଗ ସବୁ ବୟସର ଲୋକଙ୍କୁ ପ୍ରଭାବିତ କରୁଛି । ଡାଇବେଟିସରେ ପୀଡିତ ଲୋକଙ୍କୁ ଖାଦ୍ୟପେୟରେ ସାବଧନତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଏ । ଏପରି ବହୁ ଖାଦ୍ୟପଦାର୍ଥ ରହିଛି ଯାହାକୁ ଡାଏଟ୍‌ରେ ସାମିଲ କରି ସୁଗାର ସ୍ତରକୁ ସ୍ୱଭାବିକ କରାଯାଇପାରେ । ଏହି କ୍ରମରେ ଡାଇବେଟିସରେ ଲେମ୍ବୁ ଖାଇବା କେତେ ଲାଭଦାୟକ ଆସନ୍ତୁ ଜାଣିବା ।
ଡାଇବେଟିସରେ ଲେମ୍ବୁ ବହୁତ ଲାଭଦାୟକ ହୋଇଥାଏ । ସୁଗାର ରୋଗୀଙ୍କ ଲାଗି ଲେମ୍ବୁ କାହିଁକି ଲାଭଦାୟକ ଓ ଏହାକୁ ଡାଏଟ୍‌ରେ ସାମିଲ କରିବାର ଉପାୟ ଆସନ୍ତୁ ଜାଣିନେବା ।

ପୋଷକତତ୍ତ୍ୱରେ ଭରପୁର ଲେମ୍ବୁ ଡାଇବେଟିସ ରୋଗୀଙ୍କ ଲାଗି ବହୁତ ଲାଭଦାୟକ । ଏହା ଫାଇବର, ଭିଟାମିନ ସି, ଆଣ୍ଟି ଅକ୍ସିଡାଣ୍ଟ ଓ ଆଣ୍ଟି ଇନଫ୍ଲେମେଟୋରୀ ଗୁଣରେ ଭରପୁର ହୋଇଥାଏ । ଏହାର ଗ୍ଲାଇସେମିକ୍ ଇଣ୍ଡେକ୍ସ ବି ବହୁତ କମ୍ ରହିଥାଏ ଯାହା ବ୍ଲଡ ସୁଗାର ସ୍ତରକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ଏହା ବ୍ୟତିତ ଲେମ୍ବୁ ମେଟାବଲିଜିମ୍ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ ।

ଲେମ୍ବୁରେ କ୍ୟାଲୋରୀର ମାତ୍ରା ବହୁତ କମ୍ ହୋଇଥାଏ । ଏଥିରେ ଥିବା ଭିଟାମିନ ସି ଇନସୁଲିନ ସ୍ତରକୁ ବି ନିୟନ୍ତ୍ରିତ କରିଥାଏ । ଏହା ବ୍ୟତିତ ଏଥିରେ ଫାଇବର ଭରପୁର ମାତ୍ରାରେ ରହିଥିବାରୁ ଏହା ପାଚନ କ୍ରିୟାରେ ସହାୟକ ହୋଇଥାଏ ।
ଡାଇବେଟିସ ରୋଗୀ ଏହିପରି ଖାଆନ୍ତୁ ଲେମ୍ବୁ:
-ଆପଣ ନିଜ ଖାଦ୍ୟରେ ଲେମ୍ବୁ ରସ ମିଶାଇ ଦିଅନ୍ତୁ । ଏହାଦ୍ୱାରା ଖାଦ୍ୟର ସ୍ୱାଦ ବଢିଯିବ ।
-ଖାଲିପେଟରେ ଗୋଟିଏ ଲେମ୍ବୁ ପାଣିରେ ଚିପୁଡିି ପିଇବା ମଧ୍ୟ ଲାଭଦାୟକ ।
-ଯଦି ଆପଣ ଷ୍ଟାର୍ଚ ବା ମଣ୍ଡଯୁକ୍ତ ଖାଦ୍ୟପଦାର୍ଥ ଯେପରିକି ଆଳୁ, ଭାତ, ମକା ଆଦି ଖାଉଛନ୍ତି ତେବେ ସେଥିରେ ଲେମ୍ବୁ ରସ ନିଶ୍ଚୟ ମିଶାନ୍ତୁ । ଏହା ଆପଣଙ୍କ ଶରୀରରେ ରକ୍ତ ଶର୍କରାକୁ ସ୍ୱଭାବିକ କରିଥାଏ । ଚିକେନରେ ମଧ୍ୟ ଲେମ୍ବୁ ରସ ମିଶାଇ ଖାଆନ୍ତୁ । ଲେମ୍ବୁ ସ୍ୱାଦ ଓ ସ୍ୱାସ୍ଥ୍ୟ ଉଭୟ ବୃଦ୍ଧି କରିଥାଏ ।

Get real time updates directly on you device, subscribe now.