fbpx
BSKY
BJD YOUTH SKY
BJD MS SKY

(Video) ମନ ଜିଣି ନେଲା Team India: ବର୍ଷାରେ ଗ୍ରାଉଣ୍ଡ ଷ୍ଟାଫଙ୍କ ପରିଶ୍ରମ ଦେଖି ଦେଇଦେଲେ ସବୁ ଟଙ୍କା

ସବୁ ଟଙ୍କା ଗ୍ରାଉଣ୍ଡ ଷ୍ଟାଫଙ୍କୁ ଦେଇଦେଲେ ରୋହିତ ଏବଂ ବିରାଟ କୋହଲି । ପାଖରେ ଟଙ୍କାଟିଏ ବି ରଖିଲେ ନାହିଁ । ପାକିସ୍ତାନକୁ ହରାଇ ଜିତିଥିବା ରାଶିକୁ ଶ୍ରୀଲଙ୍କାର ଗ୍ରାଉଣ୍ଡ ଷ୍ଟାଫଙ୍କୁ ଦାନ କରିଦେଲେ । ଶ୍ରୀଲଙ୍କାର କଲମ୍ବୋରେ ଚାଲିଛି ଏସିଆ କପ୍-୨୦୨୩ର ସୁପର-୪ ଷ୍ଟେଜର ମହାମୁକାବିଲା । ଗତକାଲି ସୁପର ୪ ମ୍ୟାଚରେ ପାକିସ୍ତାନ ଉପରେ ଏକ ବିଶାଳ ବିଜୟ ହାସଲ କରିଛି ଭାରତ । ଏହି ମ୍ୟାଚ୍ ଜିତିବା ପରେ ଭାରତର ଅଧିନାୟକ ରୋହିତ ଶର୍ମା ଏବଂ ମ୍ୟାନ ଅଫ ଦ ମ୍ୟାଚ ବିରାଟ କୋହଲି ସମସ୍ତଙ୍କ ହୃଦୟ ଜିତି ନେଇଛନ୍ତି । ମ୍ୟାଚରୁ ରୋଜଗାର ହୋଇଥିବା ସମସ୍ତ ଟଙ୍କା ସେ ଗ୍ରାଉଣ୍ଡ ଷ୍ଟାଫଙ୍କୁ ପ୍ରଦାନ କରିଛନ୍ତି ।

ପ୍ରବଳ ବର୍ଷାର ଲୁଚକାଳି ଭିତରେ ଖେଳାଯାଇଛି ସୁପର-୪ ଷ୍ଟେଜର ମହାମୁକାବିଲା ଭାରତ-ପାକିସ୍ତାନ ମ୍ୟାଚ । ତେବେ ମ୍ୟାଚ ଦିନ ପ୍ରବଳ ବର୍ଷା ଯୋଗୁଁ ମାତ୍ର ୨୪ ଓଭର ଖେଳାଯାଇଥିବା ବେଳେ ଏହା ରିଜର୍ଭ ଡେ’ରେ ସମ୍ପୂର୍ଣ୍ଣ ହୋଇଛି । ତେବେ ଏହି ମ୍ୟାଚ କେବଳ ଗ୍ରାଉଣ୍ଡ ଷ୍ଟାଫଙ୍କ ପାଇଁ ସମ୍ଭବ ହୋଇ ପାରିଛି । ବର୍ଷାରୁ ପଡ଼ିଆକୁ କେବଳ ଗ୍ରାଉଣ୍ଡ ଷ୍ଟାଫ ହିଁ ବଞ୍ଚାଇଛନ୍ତି । ତେଣୁ ସେମାନଙ୍କ ପରିଶ୍ରମ ଦେଖି ଭାରତର ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି ସେମାନଙ୍କୁ ବଡ଼ ଉପହାର ଭେଟି ଦେଇଛନ୍ତି । ବର୍ଷା ସମୟରେ ଝାଳବୁହା ପରିଶ୍ରମ କରି ମ୍ୟାଚକୁ ସମ୍ଭବ କରାଇଛନ୍ତି ଏଠାକାର ଗ୍ରାଉଣ୍ଡ ଷ୍ଟାଫ । ଯଦି ଏହି ଗ୍ରାଉଣ୍ଡ ଷ୍ଟାଫ ମାନେ ନଥାନ୍ତେ, ତେବେ ତୁହାକୁ ତୁହା ବର୍ଷା କାରଣରୁ ପଡ଼ିଆ ଓଦା ହୋଇଯାଇଥାନ୍ତା । ବଡ଼ ବଡ଼ ସିଲିକନ୍ ମ୍ୟାଟରେ ପଡ଼ିଆ ଏବଂ ପିଚକୁ ଢ଼ାଙ୍କି ବର୍ଷା ଦାଉରୁ ରକ୍ଷା କରିଛନ୍ତି ଏମାନେ । ତେବେ ମ୍ୟାଚ ପାଇଁ ଏମାନଙ୍କ ପରିଶ୍ରମ ଦେଖି ବେଶ ଖୁସିବ୍ୟକ୍ତ କରିଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ କିଙ୍ଗ କୋହଲି ।

ତେବେ ପାକିସ୍ତାନ ବିପକ୍ଷରେ ‘ବିରାଟ’ ବିଜୟ ପରେ ରୋହିତ ଏବଂ ବିରାଟଙ୍କୁ ଯେଉଁ ଟଙ୍କା ମିଳିଥିଲା ସେହି ସବୁ ଟଙ୍କାକୁ ଗ୍ରାଉଣ୍ଡ ଷ୍ଟାଫ ମାନଙ୍କୁ ଦାନ କରି ଦେଇଛନ୍ତି । ନିଜ ପାଖରେ ଗୋଟିଏ ବି ଟଙ୍କା ରଖି ନାହାଁନ୍ତି । ରୋହିତ ଏବଂ ବିରାଟ କହିଛନ୍ତି କି ଗ୍ରାଉଣ୍ଡ ଷ୍ଟାଫ ମାନେ ନଥିଲେ ଏହି ମ୍ୟାଚ୍ ଆକର୍ଷଣୀୟ ହୋଇପାରି ନଥାନ୍ତା । ସେମାନଙ୍କ ପରିଶ୍ରମ ପାଇଁ ହିଁ ଏହା ସଫଳ ହୋଇଛି । ତେଣୁ ସେମାନଙ୍କୁ ଉପହାର ସ୍ୱରୂପ ଏହି ମ୍ୟାଚର ଟଙ୍କା ଦେଇଛି ଟିମ ଇଣ୍ଡିଆ ।

Get real time updates directly on you device, subscribe now.