fbpx

କରୋନା ସ୍ଥିତି ନେଇ ବିରୋଧୀଙ୍କ ମୁଲତବୀ ନୋଟିସ ଉପରେ ଗୃହରେ ବିବୃତି ରଖିଲେ ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,  ୩୦/୯(ଓଡିଶା ଭାସ୍କର): କରୋନା ସ୍ଥିତି ନେଇ ଗୃହରେ ବିବୃତି ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ବିରୋଧୀଙ୍କ ମୁଲତବୀ ନୋଟିସ ଉପରେ ସ୍ବାସ୍ଥ୍ୟମନ୍ତ୍ରୀ ବିବୃତି ରଖି କହିଛନ୍ତି ଯେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଯଦି ସରକାର ବିଫଳ ତେବେ ରୋଗୀ କିପରି ସୁସ୍ଥ ହେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି।

ଦେଶରେ କରୋନା ମୃତ୍ୟୁ ହାର ୧.୬୦ ଥିବା ବେଳେ ଓଡ଼ିଶାରେ ୦.୩୮% ରହିଛି। ଲକଡାଉନ ପାଇଁ ସଂକ୍ରମଣ ନିୟନ୍ତ୍ରଣରେ ଥିଲା, ପ୍ରବାସୀ ଫେରିବା ପରେ ବଢିଥିଲା । ରୋଗୀଙ୍କ ଚିକିତ୍ସା ପାଇଁ ତ୍ରୀସ୍ତରୀୟ ବ୍ୟବସ୍ଥା କରାଯାଇଥିଲା ।
ଦୁର୍ନୀତି ଅଭିଯୋଗର ବିଚାର ଚାଲିଛି, ଦୋଷୀଙ୍କ ବିରୋଧରେ  କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।

Get real time updates directly on you device, subscribe now.