ରଥଯାତ୍ରା: ‘ଫୁଡ ସେଫଟି ଅନ ହ୍ୱିଲସ’ ଭ୍ୟାନର ତଦାରଖ କଲେ ସ୍ବାସ୍ଥ୍ୟମନ୍ତ୍ରୀ, ଅସ୍ୱାସ୍ଥ୍ୟକର ଏବଂ ବାସି ଖାଦ୍ୟ ବିକ୍ରେତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ

ଲୋକଙ୍କ ସ୍ୱାସ୍ଥ୍ୟ ସହ କୌଣସି ସାଲିସ୍‌ କରାଯିବ ନାହିଁ କହିଲେ ସ୍ବାସ୍ଥ୍ୟମନ୍ତ୍ରୀ ।

ଭୁବନେଶ୍ବର: ପାଖେଇ ଆସୁଛି ରଥଯାତ୍ରା । ଏନେଇ ଆଜି ରଥଯାତ୍ରା ସମନ୍ୱୟ ବୈଠକ ବସିଥିଲା । ପୁରୀ ଠାରେ ଥିବା ଏକ ‘ଫୁଡ ସେଫଟି ଅନ ହ୍ୱିଲସ’ ଭ୍ୟାନର ତଦାରଖ କରିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ଲୋକଙ୍କ ସୁସ୍ଥତା ସରକାରଙ୍କ ଦାୟିତ୍ବ-ସ୍ବାସ୍ଥ୍ୟମନ୍ତ୍ରୀଙ୍କ କହିବା ଅନୁସାରେ, ଚଳିତ ବର୍ଷ ରଥଯାତ୍ରା ପାଇଁ ପୁରୀକୁ ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ଆସିବେ । ଏହି ସମୟରେ ଲୋକଙ୍କୁ ସୁରକ୍ଷିତ ଖାଦ୍ୟ ଯୋଗାଣ ଏବଂ ସେମାନଙ୍କ ସୁସ୍ଥତା ଆମର ଦାୟିତ୍ଵ ।

ଖାଦ୍ୟର ମାନ ଯାଞ୍ଚ କରାଯିବ-ଏହାକୁ ଧ୍ୟାନରେ ରଖି ଖାଦ୍ୟର ମାନ ଯାଞ୍ଚ ତଥା ଅସ୍ୱାସ୍ଥ୍ୟକର ଏବଂ ବାସି ଖାଦ୍ୟ ବିକ୍ରେତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି । ସ୍ଥାନୀୟ ଲୋକଙ୍କୁ ମୋର ଅନୁରୋଧ, ଆପଣମାନେ ମଧ୍ୟ ଯେକୌଣସି ଖାଦ୍ୟ କିମ୍ବା ପାନୀୟର ମାନ ପରୀକ୍ଷା କରିବାକୁ ଚାହିଁବେ ଆପଣ ସେଠାରେ ମାନ ପରୀକ୍ଷା କରିପାରିବେ।

ଲୋକଙ୍କ ସ୍ବାସ୍ଥ୍ୟ ସହିତ ନୋ ସାଲିସ– ଯାହାକି ସୁରକ୍ଷିତ ଖାଦ୍ୟ ପ୍ରସ୍ତୁତି, ବିକ୍ରି ଇତ୍ୟାଦିକୁ ପ୍ରୋତ୍ସାହିତ କରିବ ଏବଂ ଜନସଚେନତା ସୃଷ୍ଟି କରିବ। ଯଦି କୌଣସି ସ୍ଥାନରେ ଖରାପ ମାନର ଖାଦ୍ୟ ବିକ୍ରି ହୁଏ ତେବେ ସମ୍ପୃକ୍ତ ବ୍ୟବସାୟୀ ବା ବିକ୍ରେତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଲୋକଙ୍କ ସ୍ୱାସ୍ଥ୍ୟ ସହ କୌଣସି ସାଲିସ୍‌ କରାଯିବ ନାହିଁ ।