fbpx

ଅଫିସକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ନୂଆ ଗାଇଡଲାଇନ୍, ଶୀଘ୍ର ଜାଣନ୍ତୁ

ଦେଶରେ କରୋନା ଭାଇରସର ମାମଲା ବଢିଚାଲିଥିବାରୁ ଲଗାତାର ନିଜର ରଣନୀତି ବଦଳାଇବାରେ ଲାଗିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଏହାରି ମଧ୍ୟରେ କାର୍ଯ୍ୟାଳୟ ଓ କର୍ମକ୍ଷେତ୍ର ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ନୂଆ ଗାଇଡଲାଇନ୍ ଜାରି ହୋଇଛି । ନୂଆ ଗାଇଡଲାଇନ୍ ମୁତାବକ ଯଦି କୌଣସି ଅଫିସରେ ଗୋଟିଏ ବା ଦୁଇଟି କରୋନା ମାମଲା ଚିହ୍ନଟ ହୁଏ, ତେବେ ସମ୍ପୂର୍ଣ୍ଣ ଅଫିସ୍ ବନ୍ଦ କରିବା ଆବଶ୍ୟକ ନାହିଁ । କେବଳ ଅଫିସକୁ ସମ୍ପୂର୍ଣ୍ଣ ରୁପେ ସାନିଟାଇଜ୍ କରିବାକୁ ପଡିବ ।
ଆଜି ପ୍ରକାଶିତ ଗାଇଡଲାଇନରେ କୁହାଯାଇଛି ଯେ, ଯଦି କୌଣସି ଅଫିସରେ ଅଚାନକ୍ ଅଧିକ ମାମଲା ସାମନାକୁ ଆସେ, ତେବେ କାର୍ଯ୍ୟାଳୟକୁ ୪୮ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ କରିପାରିବେ । ଏହି ସମୟରେ ସମସ୍ତଙ୍କୁ ଘରୁ କାମ କରିବାକୁ ପଡିବ । ଯଦି କୌଣସି କର୍ମଚାରୀଙ୍କୁ ଥଣ୍ଡା ବା ଜ୍ୱର ଅଛି, ତେବେ ତାଙ୍କୁ ଘରେ ରହିବା ସହ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି ।

Get real time updates directly on you device, subscribe now.