fbpx

‘କରୋନା’ ଭାଇରସ୍: ସିଡିଏମଓଙ୍କ ସହ ସ୍ୱାସ୍ଥ୍ୟ ସଚିବଙ୍କ ବୈଠକ

ଭୁବନେଶ୍ୱର,୨୮ ।୧(ଓଡିଶା ଭାସ୍କର): ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଭାଇରସ୍ ପାଇଁ ସତର୍କ ରହିଛି ଓଡିଶା । ଏହାର ମୁକାବିଲା ପାଇଁ ସବୁ ଜିଲ୍ଲାର ସିଡିଏମଓଙ୍କ ସହ ସ୍ୱାସ୍ଥ୍ୟ ସଚିବ ବୈଠକ କରିଛନ୍ତି । ବୈଠକ ପରେ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ କହିଛନ୍ତି ଯେ, ଆଜି ସୁଦ୍ଧା ୧୨ଟି ଦେଶରୁ ୪,୫୬୫ ପଜିଟିଭ୍ କେସ୍ ଆସିଛି । କେବଳ ଚୀନରେ ୧୦୬ ଜଣ ମରିଥିବା ବେଳେ ୯୭% କେସ୍ ଚୀନରୁ ହିଁ ଆସିଛି । କରୋନା ମୁକାବିଲା ପାଇଁ ଏମ୍ସ, କ୍ୟାପିଟାଲ ହସ୍ପିଟାଲ, କଟକ ଏସସିବି ଓ ବୁର୍ଲା ମେଡିକାଲରେ ସ୍ୱତନ୍ତ୍ର ୱାର୍ଡର ବ୍ୟବସ୍ଥା କରାଯାଇଛି । ସରକାରଙ୍କ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି ।’

Get real time updates directly on you device, subscribe now.