ବର୍ତ୍ତମାନ ଶୀତଋତୁ ଚାଲିଥିବା ବେଳେ ଅନେକ ଲୋକ ଥଣ୍ଡା ଜ୍ୱର ଆଦି ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଏଥିସହିତ ଅନ୍ୟ ସମସ୍ୟା ମଧ୍ୟ ଦେଖାଦେଇଥାଏ । କାରଣ ଶୀତଦିନେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ୍ ହୋଇଯାଇଥାଏ । ଯାହାଫଳରେ ଏପରି ସମସ୍ୟା ଦେଖାଦିଏ । ତେବେ ଏହି ଥଣ୍ଡା, ଜ୍ୱର ଏବଂ ଅନ୍ୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲୋକେ ଅନେକ ଉପାୟ ଅବଲମ୍ବନ କରିଥାନ୍ତି । ଏଥିସହିତ ବିଭିନ୍ନ ପ୍ରକାର ଔସଷ ମଧ୍ୟ ସେବନ କରିଥାନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ଏହି ସବୁ ସମସ୍ୟାରୁ ମୁକ୍ତି ପଇବା ପାଇଁ ତେଜପତ୍ର ବହୁତ ଲାଭ ଦାୟକ ହୋଇଥାଏ । ଏତତ୍ ବ୍ୟତୀତ ତେଜପତ୍ର ଦ୍ୱାରା ଆହୁରୀ ଅନେକ କିଛି ଫାଇଦା ମିଳିଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ସମ୍ପର୍କରେ…
ତେଜପତ୍ର ସେବନ କରିବା ଦ୍ୱାରା ମିଳିଥାଏ ଏହି ଫାଇଦା:
ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି: ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ତେଜପତ୍ରରେ ଅନେକ ପୋଷକ ତତ୍ୱ ଥାଏ । ଏଥିସହିତ ତେଜପତ୍ରରେ ଭିଟାମିନ ବି-୬ ଏବଂ ଭିଟାମିନ ସି ମଧ୍ୟ ପ୍ରଚୁର ପରିମାଣରେ ମିଳିଥାଏ । ଫଳରେ ଏହାକୁ ସେବନ କରିବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ତେଣୁ ଶୀତଦିନେ ତେଜପତ୍ରକୁ ଫୁଠାଇ ତା’ର ରସ ପାଇବା ଆବଷ୍ୟକ । ନଚେତ୍ ଏହାକୁ ବ୍ଲାକ ଟି ରେ ମଧ୍ୟ ପକାଇ ସେବନ କରି ପାରିବେ ।
ହଜମ ଶକ୍ତିବୃଦ୍ଧି କରେ: ତେଜପତ୍ରରେ ଅନେକ ଭିଟାମିନ ଏବଂ ପେଷକତତ୍ତ୍ୱ ରହିଥାଏ । ଫଳରେ ଏହାକୁ ସେବନ କରିବା ଦ୍ୱାରା ଏହା ପେଟ ଜନିତ ସମସ୍ୟା ସହ ହଜମ ପ୍ରକ୍ରିୟାକୁ ଠିକ୍ କରିଥାଏ ଏବଂ ପେଟ ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ଦେଇଥାଏ ।
ସାଇନସ୍: ଯେଉଁ ଲୋକଙ୍କର ସାଇନସ୍ ସମସ୍ୟା ଥାଏ ତାହା ଶୀତ ଦିନେ ଅଧିକ ମାତ୍ରାରେ ବୃଦ୍ଧି ପାଇଥାଏ ।ଫଳରେ ସେମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାଥାନ୍ତି । ତେଣୁ ଏହାକୁ ରୋକିବା ପାଇଁ ତେଜପତ୍ରକୁ ସେବନ କରିବା ଉଚିତ୍ ।
କୋଲେଷ୍ଟ୍ରଲ: ତେଜପତ୍ରରେ ଆଣ୍ଟି-ଡିଫ୍ଲେମେଟରୀ ଗୁଣ ରହିଥାଏ । ଏହା ବ୍ୟତୀତ ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଖରାପ କୋଲେଷ୍ଟ୍ରଲ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏଥି ସହିତ, ତେଜପତ୍ର କ୍ୟାଫେକ୍ ନାମକ ଏକ ଜୈବିକ ଯୌଗିକ ମିଳିଥାଏ, ଯାହା ହୃଦୟ ପାଇଁ ଭଲ ବୋଲି ବିବେଚନା କରାଯାଏ ।
ଏହି ଉପାୟରେ ବ୍ୟବହାର କରନ୍ତୁ ତେଜପତ୍ର:ତେଜପତ୍ରରେ ହର୍ବାଲ ଚା ତିଆରି କରି ଏହାକୁ ସେବନ କରନ୍ତୁ । ଏଥିସହିତ ଏହାକୁ ଚା’ରେ ମଧ୍ୟ ପକାଇ ପିଇ ପାରିବେ । ତେବ ପ୍ରଥମେ ଏହାକୁ ଭଲଭାବରେ ଫୁଟାନ୍ତୁ ଏବଂ ଏହାକୁ ଛଣି ଚା ପରି ସେବନ କରନ୍ତୁ ।