fbpx

ତୁଣ୍ଡ ଘା’ରୁ ହୋଇପାରେ ହୃଦଘାତ, ଧ୍ୟାନ ଦିଅନ୍ତୁ ଏହି ଜିନିଷ ଉପରେ

ଆଜିକାଲି ହାର୍ଟଆଟାକ ସମସ୍ୟା ଦୁନିଆର ସବୁଠାରୁ ବଡ ସମସ୍ୟା ରୂପେ ଦେଖାଦେଇଛି । ହୃଦଘାତ ସମସ୍ୟାକୁ ଉଭୟ ପୁରୁଷ ଏବଂ ମହିଳା ସମାନ ଭାବେ ସାମ୍ନା କରୁଛନ୍ତି । ଏମିତିକିଛି ଜିନିଷ ଅଛି ଯାହାଦ୍ୱାରା ଆପଣ ହାର୍ଟ ଆଟାକ ଭୟକୁ ଦୂର କରିପାରିବେ । ଯେମିତିକି ଲାଇଫଷ୍ଟାଇଲ, ଡାଏଟ ଏବଂ ଦୈନିକ ଏକ୍ସରସାଇଜ । ଏମିତି କିଛି ଜିନିଷ ଅଛି ଯାହା ହୃଦଘାତକୁ ସମସ୍ୟାକୁ ବଢାଇ ଦେଇପାରେ । ସେଥିରୁ ପେରିଓଡୋନଟିଟିସ ଅନ୍ୟତମ । ଆପଣ ଭାବୁଥିବେ ଏହା କଣ? ଏହା କଣ ସତରେ ହୃଦଘାତର କାରଣ ହୋଇପାରେ? ଆଜ୍ଞା ହଁ, ଏହା ହେଉଛି ଦାନ୍ତର ଚାରିପାଖରେ ଥିବା ଟିସୁ ପ୍ରଦାହ, ଏହା ଅନେକ ସମୟରେ ଦାନ୍ତର ସଙ୍କୁଚିତତା କାରଣରୁ ଦାନ୍ତକୁ ଏହା ଖରାପ କରିଦେଇଥାଏ । ଫଳରେ ଦାନ୍ତରୁ ରକ୍ତ ବାହାରି ଥାଏ ଏବଂ ବିନ୍ଧା ସମସ୍ୟାକୁ ସାମ୍ନା ଆସିଥାଏ । ଖାଲି ଏତିକି ନୁହେଁ, ପେରିଓଡୋନଟିଟିସ କାରଣରୁ ଷ୍ଟ୍ରୋକ, ହାର୍ଟଆଟାକ ଏବଂ ହୃଦରୋଗ ହୋଇଥାଏ ।

ପେରିଓଡୋନଟିଟିସ ରୋଗକୁ ଯଦି ଠିକ ସମୟରେ ଚିକିତ୍ସା କରାଯାଏ ନାହିଁ ତେବେ ଦାନ୍ତକୁ ସପୋର୍ଟ କରୁଥିବା ହାଡକୁ ଏହା ନଷ୍ଟ କରିଦେଇଥାଏ । ଏହା ଏକ ସାମାନ୍ୟ ସମସ୍ୟା, ଏହାକୁ ଠିକ କରାଯାଇପାରିବ । ଏହା ହେବା ପଛରେ ବଡ କାରଣ ହେଉଛି ଖରାପ ଓରାଲ ହେଲଥ । ଏହାକୁ ଦୂର କରିବା ପାଇଁ ଆପଣ ଦିନକୁ ଦୁଇ ଥର ବ୍ରସ କରିବା ସହ ଜିଭକୁ ସଫା କରନ୍ତୁ । ଏବଂ ଦୈନିକ ଦାନ୍ତକୁ ଜାଂଚ କରନ୍ତୁ ।

ଉତ୍ତର ପ୍ରଦେଶର ଜଣେ ସିନିୟର ଫିକିସିୟାନ ଡାକ୍ତର, କଲିମ ଅହମଦ କହିଛନ୍ତି ଯେ, ଆମ ପାଟିରେ ବହୁ ଗୁଡିଏ ବ୍ୟାକ୍ଟେରିୟା ପସିଥାନ୍ତି । ଯଦି ଆମେ ଏହାର ଯତ୍ନ ନେଉନାହୁଁ ତେବେ ଏହି ବ୍ୟାକ୍ଟେରିୟା ସକ୍ରିୟ ହୋଇଯାଇଥାଏ । ସ୍ଟ୍ରେପ୍ଟୋକାଁକସ ନାମକ ଏକ ବ୍ୟାକ୍ଟେରିଆ ଅଛି ଯିଏ ହାର୍ଟ ଭଲଭ ଉପରେ ପ୍ରଭାବ ପକାଇଥାଏ । ଏହା ଚାଲିବା ଦ୍ୱାରା ହାର୍ଟ ଆଟାକ ଏବଂ ଷ୍ଟୋକର ସମସ୍ୟା ସାମ୍ନାକୁ ଆସିଥାଏ । ଯଦି ଆପଣ ଘରେ ଏହାର ଯତ୍ନ ନେଉନାହାନ୍ତି ତେବେ ହାର୍ଟ ଆଟାକ ଆସିପାରେ ।

ଏହି ରୋଗକୁ ଦୂରେଇ ରଖିବା ପାଇଁ ଘରେ ଏହାର ଯତ୍ନ ନିଅନ୍ତୁ । ଦୈନିକ ଖାଦ୍ୟ ଖାଇସାରିବା ପରେ ଦାନ୍ତ ଘଷନ୍ତୁ । କିଛି ଆଣ୍ଟି ବ୍ୟାକ୍ଟେରିଆ ନାଶକକାରୀ ଫ୍ରେସନରକୁ ପାଟିରେ ପୁରାଇ କୁଳି କରନ୍ତୁ । ଗୁଟଖା ବା ଖଇନି ଆଦି ଦେବନ କରନ୍ତୁ ନାହିଁ । ସର୍ବଦା ଚେଷ୍ଟା କରନ୍ତୁ ଖାଦ୍ୟ ଖାଇସାରିବା ପରେ ଉଷୁମ ପାଣିରେ କୁଳି କରିବା ପାଇଁ । ଡାକ୍ତର କହିଛନ୍ତି ଯେ, ଯଦି ଖାଦ୍ୟ ଖାଇସାରିବା ପରେ ପାଟିକୁ ଭଲଭାବେ ସଫା କରୁନାହାନ୍ତି ତେବେ ବ୍ୟାକ୍ଟେରିଆ ଗୁଡ଼ିକ ସକ୍ରିୟ ହୋଇ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିପାରନ୍ତି ।

ହାର୍ଟଆଟାକରୁ ବଂଚିବା ପାଇଁ ଆପଣ ହେଲଦୀ ଲାଇଫ ଷ୍ଟାଇଲ ମେଣ୍ଟେନ କରନ୍ତୁ । ବାୟାମ ସହ ଖାଦ୍ୟ ପାନୀୟକୁ ଠିକ ରଖନ୍ତୁ । ଯଦି ହାର୍ଟ ଆଟାକର କିଛି ସଙ୍କେତ ମିଳୁଛି ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ । ଏନେଇ ଡ଼ାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

Get real time updates directly on you device, subscribe now.