fbpx

ବାୟୁ ପ୍ରଦୂଷଣ ଯୋଗୁଁ ବଢୁଛି ହାର୍ଟ ଆଟାକ୍ ମାମଲା: ଅଧିକ ବିପଦରେ ଏହି ବୟସର ଲୋକେ, ଜାଣନ୍ତୁ ବଞ୍ଚିବାର ଉପାୟ

ଆଜିକାଲି ଖରାପ ଜୀବନଶୈଳୀ ଏବଂ ଖାଇବା ଅଭ୍ୟାସ ଯୋଗୁଁ ଲୋକମାନେ ଅନେକ ଗମ୍ଭୀର ରୋଗର ଶିକାର ହେଉଛନ୍ତି । ଏଭଳି ସମସ୍ୟା ମଧ୍ୟରୁ ହୃଦ୍ ରୋଗ ଅନ୍ୟତମ ଯେଉଁଥିପାଇଁ ଆଜିକାଲି ଅଧିକାଂଶ ଲୋକ ଚିନ୍ତିତ ଅଛନ୍ତି । ବିଗତ ବର୍ଷ ଗୁଡିକରେ, ହୃଦଘାତର ଘଟଣା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ହୃଦଘାତ ଏକ ଜରୁରୀକାଳୀନ ପରିସ୍ଥିତି।

ଯେଉଁଥିରେ ହୃଦୟରେ ରକ୍ତ ଜମାଟ ବାନ୍ଧିବା ଆରମ୍ଭ ହୁଏ। ଯେଉଁ କାରଣରୁ ରକ୍ତ ଏବଂ ଅମ୍ଳଜାନ ସଠିକ୍ ଭାବରେ ହୃଦୟରେ ପହଞ୍ଚେ ନାହିଁ । ଏହି କାରଣରୁ, ହୃଦୟ ଟିସୁରେ ଅମ୍ଳଜାନର ଅଭାବ ଦେଖାଯାଏ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ-

‘ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ’ ଅନୁଯାୟୀ, ୨୦୧୬ ମସିହାରେ ୧୭.୯ ନିୟୁତ ଲୋକ କାର୍ଡିଓବେଷ୍କୁଲାର ଡିଜିଜ୍ (CVD) କାରଣରୁ ମୃତ୍ୟୁ ବରଣ କରିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ସମଗ୍ର ବିଶ୍ୱରେ ମୃତ୍ୟୁର ୩୧ ପ୍ରତିଶତ ଏହି କାରଣରୁ ହୋଇଥିଲା ଏବଂ ୮୫% ମୃତ୍ୟୁ ହୃଦଘାତ ଏବଂ ଷ୍ଟ୍ରୋକ୍ କାରଣରୁ ହୋଇଥିଲା।

ହୃଦଘାତ ପାଇଁ ଅନେକ କାରଣ ଦାୟୀ । ସେଥିମଧ୍ୟରୁ ଗୋଟିଏ ହେଉଛି ବାୟୁ ପ୍ରଦୂଷଣ । ଆଜିକାଲି ବାୟୁ ପ୍ରଦୂଷଣ ହେତୁ ଷ୍ଟ୍ରୋକ୍ ଏବଂ ଅନିୟମିତ ହୃଦସ୍ପନ୍ଦନ ବଢିବାର ଆଶଙ୍କା ରହିଛି । ବାୟୁ ପ୍ରଦୂଷଣ ଆମ ସ୍ୱାସ୍ଥ୍ୟ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ହୃଦୟ ହେଉଛି ଆମ ଶରୀରର ପମ୍ପ, ଅର୍ଥାତ୍ ଏହା ଶରୀରରେ ରକ୍ତ ସଂଚାଳନ କରିଥାଏ । ଯଦି ଏଥିରେ କୌଣସି ପ୍ରକାରର ସମସ୍ୟା ଥାଏ, ତେବେ ସମଗ୍ର ଶରୀରକୁ ଏହାର କ୍ଷତି ସହିବାକୁ ପଡିବ ।

କେଉଁ ଲୋକ ହୃଦଘାତର ସର୍ବାଧିକ ବିପଦରେ?

ଆଜିକାଲି ସବୁ ବୟସର ଲୋକଙ୍କୁ ହୃଦଘାତ ହେବାର ଆଶଙ୍କା ରହିଛି । ଏହା ବ୍ୟତୀତ ଏନ୍ଜାଇନା, ବାଇପାସ୍ ସର୍ଜରୀ, ଷ୍ଟେଣ୍ଟ୍ ସହିତ କିମ୍ବା ବିନା ଆଞ୍ଜିଓପ୍ଲାଷ୍ଟି, ଷ୍ଟ୍ରୋକ୍, ବେକ କିମ୍ବା ଗୋଡର ଧମନୀରେ ଅବରୋଧ, ମଧୁମେହ କିମ୍ବା କ୍ରନିକ ଅବଷ୍ଟ୍ରକ୍ଟିଭ ପୱ୍ମୋନାରୀ ରୋଗ ହୋଇଥିବା ବ୍ୟକ୍ତିଙ୍କ ଠାରେ ଏହାର ଆଶଙ୍କା ବହୁତ ଅଧିକ । ଯେଉଁ ପୁରୁଷଙ୍କ ବୟସ ୪୫ ବର୍ଷ ଏବଂ ମହିଳାଙ୍କର ବୟସ ୫୫ ବର୍ଷ, ସେମାନେ ହୃଦଘାତର ଆଶଙ୍କା ଅଧିକ ରହିଥାଏ । ଯଦି କୈଣସି ବ୍ୟକ୍ତିର ପୂର୍ବ ଜେନେରେସନ୍ ରେ ଏହି ରୋଗ ରହିଥାଏ, ତା’ହେଲେ ତାଙ୍କର ଭବିଷ୍ୟତ ପିଢିରେ ଉଚ୍ଚ ରକ୍ତଚାପ କିମ୍ବା ଉଚ୍ଚ କୋଲେଷ୍ଟ୍ରଲ୍ର ସମସ୍ୟା ମଧ୍ୟ ରହିବ ।

ହୃଦଘାତରୁ ବଞ୍ଚିବା ପାଇଁ ଆପଣାନ୍ତୁ ଏହି ଉପାୟ-

ଯଦି ଆପଣ ହୃଦଘାତରୁ ଦୂରେଇ ରହିବାକୁ ଚାହାଁନ୍ତି, ତେବେ ପ୍ରତିଦିନ ଅଧ ଘଣ୍ଟା ବ୍ୟାୟାମ କରନ୍ତୁ । ଆପଣଙ୍କ ହୃଦୟକୁ ସୁସ୍ଥ ରଖିବା ପାଇଁ, ଖାଦ୍ୟର ବିଶେଷ ଯତ୍ନ ନିଅନ୍ତୁ । ଏହା କରିବା ଦ୍ୱାରା ଆପଣ ହୃଦଘାତରୁ ରକ୍ଷା ପାଇ ପାରିବେ ।

Get real time updates directly on you device, subscribe now.