fbpx
BSKY
BJD SHG SKY
BJD YOUTH SKY

Heatwave in February: ୧୨୨ ବର୍ଷର ରେକର୍ଡ ଭାଙ୍ଗିଲା ତାତି: ଆଗାମୀ ତିନି ମାସରେ ବର୍ଷିବ ନିଆଁ!

ନୂଆଦିଲ୍ଲୀ: ଫେବୃଆରୀ ମାସରୁ ଭୀଷଣ ତାତି ଏବେ ଲୋକଙ୍କୁ ହନ୍ତସନ୍ତ କରିବାରେ ଲାଗିଲାଣି । ଏହା ଭିତରେ ପାଣିପାଗ ବିଭାଗ ତରଫରୁ ଏକ ରିପୋର୍ଟ ଜାରି ହୋଇଛି । ଚଳିତବର୍ଷ ଫେବୃଆରୀ ମାସରେ ତାତି ଗତ ୧୨୨ ବର୍ଷର ରେକର୍ଡକୁ ଭାଙ୍ଗିଛି । ଏହି ମାସରେ ହାରାହାରି ତାପମାତ୍ରା ୧.୭୩ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ତେବେ ଏହା ପୂର୍ବରୁ ୧୯୦୧ ମସିହା ଫେବୃଆରୀରେ ହାରାହାରି ତାପମାତ୍ରା ୦.୮୧ ରେକର୍ଡ ହୋଇଥିଲା । ରାତିର ତାପମାତ୍ରା ଅନୁସାରେ ମଧ୍ୟ ଏହା ପଞ୍ଚମ ସର୍ବାଧିକ ତାପମାତ୍ରା ଥିବା ମାସ ପାଲଟିଛି । ତେବେ ଏହିବର୍ଷ ତାତି ଖୁବ ଅଧିକ ହନ୍ତସନ୍ତ କରିବ ବୋଲି କହିଛି ଆଇଏମଡି ବିଭାଗ ।

ପାଣିପାଗ ବିଭାଗ ଅନୁସାରେ, ଉତ୍ତର-ପୂର୍ବ, ପୂର୍ବ ଏବଂ ମଧ୍ୟ ଭାରତ ସମେତ ଉତ୍ତର-ପଶ୍ଚିମ ଭାରତର ବିଭିନ୍ନ ଅଞ୍ଚଳରେ ମଧ୍ୟ ମାର୍ଚ୍ଚରୁ ମେ ମାସ ପର୍ଯ୍ୟନ୍ତ ଦିନର ତାପମାତ୍ରା ସହିତ ରାତିର ତାପମାତ୍ରା ସ୍ୱାଭାବିକ ଅପେକ୍ଷା ଅଧିକ ରହିବ । ଏହାସହିତ ମଧ୍ୟ ଭାରତର ବିଭିନ୍ନ ଅଞ୍ଚଳରେ ଏବଂ ଉତ୍ତର-ପଶ୍ଚିମରେ ଦେଖିବାକୁ ମିଳିବ ହିଟୱେଭର ପ୍ରଭାବ । ତେବେ ଦକ୍ଷିଣ ପେନିସନସଲର ଭାରତରେ ନ୍ୟୁନତମ ତାପମାତ୍ରା ସାମାନ୍ୟରୁ କମ୍ ରହିବାର ସମ୍ଭାବନା ରହିଛି ।

ମଧ୍ୟଭାରତରେ ମାର୍ଚ୍ଚରୁ ହିଁ ହିଟୱେଭ ସ୍ଥିତି ଆରମ୍ଭ ହେବାରୁ ଚଳିତବର୍ଷ ତାତିର ପରିମାଣ କେମିତି ରହିବ ତାହା ଜଣାଯାଉଛି । ତେବେ ଦକ୍ଷିଣ ଭାରତରେ ତାପମାତ୍ରା ହାରାହାରି ରହୁଥିବା ଅନୁମାନ କରାଯାଇଛି । କିନ୍ତୁ ଦେଶର ଅନ୍ୟ ଅଞ୍ଚଳରେ ମାର୍ଚ୍ଚରୁ ହିଁ ତାତିର ପ୍ରକୋପ ଅନୁଭୂତ ହେବ । ତେବେ ମୌସୂମୀ ବିଭାଗ ବର୍ଷାକୁ ନେଇ ମଧ୍ୟ ପୂର୍ବାନୁମାନ କରିଛନ୍ତି । ଦେଶର ବିଭିନ୍ନ ଅଞ୍ଚଳରେ ୮୩ରୁ ୧୧୭ ପ୍ରତିଶତ ସାମାନ୍ୟ ବର୍ଷା ହେବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ ।

Get real time updates directly on you device, subscribe now.