fbpx

AIକୁ ନେଇ ଆସିଲା ବଡ଼ ତଥ୍ୟ: ଆଗାମୀ ଦିନରେ ମଣିଷର ଭାବିବା-ବୁଝିବା କ୍ଷମତା ହୋଇଯିବ ସମାପ୍ତ, ନିଷ୍ପତ୍ତି ନେବାରେ ମଣିଷ ହୋଇଯିବ ଅକ୍ଷମ

ନୂଆଦିଲ୍ଲୀ: ଦିନକୁ ଦିନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ପ୍ରୟୋଗ ବଢ଼ିବାରେ ଲାଗିଥିବା ବେଳେ ଆଗାମୀ ଦିନରେ ଏହାର ବହୁଳ ପ୍ରଭାବ ଦେଖିବାକୁ ମିଳିବ । ତେବେ ଏଆଇକୁ ନେଇ ଆମେରିକା ଥିଙ୍କ ଟ୍ୟାଙ୍କ ପ୍ୟୁ ରିସର୍ଚ୍ଚ ପକ୍ଷରୁ କରାଯାଇଥିବା ସର୍ଭେରୁ ଭୟଙ୍କର ତଥ୍ୟ ସାମ୍ନାକୁ ଆସିଛି । ଆସନ୍ତା ୧୨ ବର୍ଷରେ ଏଆଇ ମଣିଷର ଭାବିବା ଓ ବୁଝିବା କ୍ଷମତାକୁ ସମାପ୍ତ କରିବେ । ଏହି ଟେକନିକ ମଣିଷକୁ ଏପରି ପ୍ରଭାବିତ କରିବ ଯେ ସେ କୌଣସି ନିଷ୍ପତ୍ତି ନେବାରେ ନିଜକୁ ଅକ୍ଷମ ଅନୁଭବ କରିବ । ଆସନ୍ତା ୨୦୨୫ ବର୍ଷ ମଧ୍ୟରେ ମେଶିନ, ବଟ, ସିଷ୍ଟମର ବ୍ୟବହାର ଦ୍ରୁତ ଭାବେ ବୃଦ୍ଧି ପାଇବ ।

ରିସର୍ଚ୍ଚ ମୁତାବକ, ମଣିଷ ଆଗକୁ ଯେତିକି ମାତ୍ରାରେ ବଢ଼ି ଚାଲିବ, ସେହି ଅନୁପାତରେ ଡିଜିଟାଲ ଉପକରଣ ଓ ଏଆଇର ପ୍ରୟୋଗ ଅଧିକ କରିବ । ଫଳରେ ମଣିଷ ତା’ର ବ୍ୟକ୍ତିଗତ ନିର୍ଣ୍ଣୟ ନେବାର କ୍ଷମତା ହରାଇ ବସିବ । ଆଗାମୀ ଦିନରେ ବ୍ୟବସାୟ, ସରକାର ଓ ସାମାଜିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଅଟୋମେଟିକ୍ ହୋଇଯିବ । ଏହା ମନୁଷ୍ୟର ଭାବିବା ଓ ବୁଝିବାର କ୍ଷମତାକୁ ଧ୍ୱଂସ କରିଦେବ ।

ଆମେରିକା ଥିଙ୍କ ଟ୍ୟାଙ୍କ ପ୍ୟୁ ରିସର୍ଚ୍ଚ ପକ୍ଷରୁ ଜାରି ଏହି ରିପୋର୍ଟରେ ୫୪୦ ଜଣଙ୍କୁ ସାମିଲ କରାଯାଇଥିଲା । ସେଥିରେ ଏଆଇର ଗୁରୁତ୍ୱ ଓ ସେଥିରେ ମଣିଷକୁ ହେବାକୁ ଥିବା ଫାଇଦା ବିଷୟରେ କୁହାଯାଇଥିଲା । ତେବେ ଅଧିକାଂଶ କମ୍ପାନୀ ବା ଅନ୍ୟ ସଂସ୍ଥା ଏଆଇ ସପକ୍ଷରେ ମାନବୀୟ ନିର୍ଣ୍ଣୟକୁ ସମ୍ମାନ କରିବାକୁ ନେଇ ଚିନ୍ତାବ୍ୟକ୍ତ କରାଯାଇଛି । ଏପରିକି ଦୈନିକ ନିଷ୍ପତ୍ତି ପାଇଁ ମଣିଷ ଏଆଇ ଉପରେ ନିର୍ଭରଶୀଳ ହୋଇଯିବ ବୋଲି ବହୁ ବିଶେଷଜ୍ଞ ମତ ଦେଇଛନ୍ତି ।

ରିସର୍ଚ୍ଚର ପ୍ରତିଷ୍ଠାତା ବୈରୀ ଚୁଡାକୋଭଙ୍କ ମତରେ ୨୦୩୫ ସୁଦ୍ଧା ମଶିନ, ବଟସ ସିଷ୍ଟମ ଓ ମଣିଷ ମଧ୍ୟରେ ତର୍କ-ବିତର୍କ ସ୍ଥିତି ସୃଷ୍ଟି ହୋଇପାରେ । ଏହା ମଧ୍ୟ କୁହାଯାଇଛି, ମଣିଷ ଟେକନିକ୍ ଆଧାରିତ କୌଣସି ନିଷ୍ପତ୍ତି ନେଇ ପାରିବ ନାହିଁ ଓ ଲୋକଙ୍କୁ ସମ୍ପୂର୍ଣ୍ଣ ଭାବେ ଏଆଇ ଉପରେ ନିର୍ଭର ହେବାକୁ ପଡ଼ିବ । ରେଡ୍ କର୍ପୋରେସନର ମାନବ ବିଜ୍ଞାନୀ ଓ ଏଆଇ ବିଶେଷଜ୍ଞ କ୍ୟାଥରିନ କହିଛନ୍ତି, ବର୍ତ୍ତମାନ ଜନତା ଓ ଏଆଇ ଡେଭଲପର୍ସଙ୍କ ମଧ୍ୟରେ ଏକ ବଡ଼ ସମସ୍ୟା ରହିଛି । ଟେକନିର ବିକାଶର ବାଜିକୁ ସମ୍ପୂର୍ଣ୍ଣ ଭାବେ ବୁଝିବାକୁ ହେଲେ ସାଧାରଣ ଲୋକ ଓ ଏଆଇ ଡେଭଲପର୍ସଙ୍କୁ ଆଲୋଚନା କରିବା ଦରକାର । ଫଳରେ ସେମାନେ ପରସ୍ପରକୁ ଠିକ୍ ଭାବେ ବୁଝି ପାରିବେ ।

Get real time updates directly on you device, subscribe now.