fbpx

ଭାଙ୍ଗିଲା ରୋହିତ-ବୁମରାହଙ୍କ ଯୋଡି: ଦିନିକିଆ ବିଶ୍ୱକପ ପାଇଁ ବଡ ନିଷ୍ପତ୍ତି ନେଲେ ୟର୍କର କିଙ୍ଗ

ନୂଆଦିଲ୍ଲୀ: ଆଇପିଏଲ ପୂର୍ବରୁ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ଲାଗିଛି ଏକ ଶକ୍ତ ଝଟକା । ଦଳର ଷ୍ଟାର ବୋଲର ଜଶପ୍ରୀତ ବୁମରାହ ଏବେ ରୋହିତଙ୍କୁ ଏକା କରି ଦେଇଛନ୍ତି । ଅଧା ବାଟରେ ରୋହିତଙ୍କ ହାତ ଛାଡି ଦେଇଛନ୍ତି ୟର୍କର କିଙ୍ଗ ବୁମରାହ । ଯାହା ଫଳରେ ଏବେ ଚିନ୍ତାରେ ପଡିଯାଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ । କାରଣ ଆସନ୍ତା ଆଇପିଏଲ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି ରୋହିତଙ୍କର ବ୍ରହ୍ମାସ୍ତ୍ର ଜଶପ୍ରୀତ ବୁମରାହ ।

ଚଳିତବର୍ଷ ଆଇପିଏଲରେ ଦେଖିବାକୁ ମିଳିବନି ହିଟମ୍ୟାନ ରୋହିତ ଶର୍ମା ଏବଂ ୟର୍କର କିଙ୍ଗ ବୁମରାହଙ୍କ ଯୋଡି । ଆହତ ସମସ୍ୟା ଯୋଗୁୁଁ ବୁମରାହ ଆଇପିଏଲରୁ ମଧ୍ୟ ବାଦ ପଡି ଯାଇଛନ୍ତି । ତେବେ ଆଗାମୀ ଦିନିକିଆ ବିଶ୍ୱକପକୁ ନେଇ ଦ୍ୱନ୍ଦ୍ୱରେ ପଡି ଯାଇଛି ଟିମ ଇଣ୍ଡିଆ । ଆଇପିଏଲ ସହ ଆସନ୍ତା ୱାର୍ଲଡ ଟେଷ୍ଟ ଚମ୍ପିଆନସିପରୁ ମଧ୍ୟ ବୁମରାହ ଦୂରେଇ ରହିବେ । କାରଣ ଦିନିକିଆ ବିଶ୍ୱକପ ପୂର୍ବରୁ ତାଙ୍କର ସର୍ଜରୀ କରିବା ନେଇ ପ୍ଲାନ କରୁଛି ବିସିସିଆଇ । ଏଥିପାଇଁ ଏନସିଏ ଏବଂ ବୁମରାହଙ୍କ ସହ ମଧ୍ୟ ଆଲୋଚନା କରିଛି ବିସିସିଆଇ । ତେବେ ସେ ଉଭୟ ଟୁର୍ଣ୍ଣାମେଣ୍ଟରେ ଖେଳିପାରିବେ ନାହିଁ ବୋଲି କୁହାଯାଇଛି । ଏହାପରେ ଦିନିକିଆ ବିଶ୍ୱକପ ଫିଟ ହୋଇଯିବା ନେଇ ଆଶା ବାନ୍ଧି ବସିଛନ୍ତି ଭାରତୀୟ କ୍ରିକେଟ ଫ୍ୟାନ୍ସ । ତେବେ ଏଥିପାଇଁ ତାଙ୍କର ସର୍ଜରୀ ମଧ୍ୟ କରାଯାଇପାରେ ।

ଗତବର୍ଷ ଡିସେମ୍ବର ମାସରେ ବୋଲିଂ କରିଥିଲେ ୟର୍କର କିଙ୍ଗ ଜଶପ୍ରୀତ ବୁମରାହ । ତେବେ ପିଠିରେ ଆଘାତ ଯୋଗୁଁ ଏସିଆ କପ୍ ଏବଂ ଟି-୨୦ ବିଶ୍ୱକପ ଭଳି ବଡ ଟୁର୍ଣ୍ଣାମେଣ୍ଟରୁ ମଧ୍ୟ ବାଦ ପଡିଥିଲେ । ଏହାପରେ ଡିସେମ୍ବରରେ ବୋଲିଂ କରିଥିବାରୁ ଶ୍ରୀଲଙ୍କା ବିପକ୍ଷ ସିରିଜରେ ବୁମରାହଙ୍କୁ ଚୟନ କରାଯାଇଥିଲା । କିନ୍ତୁ ପରେ ଫିଟ ନଥିବା ଦର୍ଶାଇ ଟୁର୍ଣ୍ଣାମେଣ୍ଟରୁ ତାଙ୍କ ନାମ ଫେରାଇ ନିଆଯାଇଥିଲା ।

Get real time updates directly on you device, subscribe now.