fbpx

ସିସୋଦିଆଙ୍କ ବିରୋଧରେ ବଡ଼ ଷଡ଼ଯନ୍ତ୍ର? ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କୁ ଫସାଇଛନ୍ତି କେଜ୍ରିୱାଲ, ସାମ୍ନାକୁ ଆସିଲା ବଡ଼ ବୟାନ

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ନିଜ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କର ଇସ୍ତଫାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଞ୍ଜୁରୀ ଦେଇଥିଲେ । ସିସୋଦିଆଙ୍କ ସହିତ ସତ୍ୟେନ୍ଦ୍ର ଜୈନ ମଧ୍ୟ ମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲେ । ଗତ ୨୬ ତାରିଖରେ ସିସୋଦିଆଙ୍କୁ ମଦ ଘୋଟାଲା ମାମଲାରେ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ (ସିବିଆଇ) ଗିରଫ କରିଥିଲା । ସେହିପରି ଗତବର୍ଷ ମେ ମାସ ୩୦ ତାରିଖରେ ସତ୍ୟେନ୍ଦ୍ର ଗିରଫ ହୋଇ ଜେଲରେ ରହିଥିଲେ ।

ତେବେ ଏହା ମଧ୍ୟରେ ସିସୋଦିଆଙ୍କୁ ନେଇ ସାମ୍ନାକୁ ଆସିଛି ଏକ ବଡ଼ ଖବର । ସିସୋଦିଆଙ୍କ ବିରୋଧରେ ଏକ ବଡ଼ ଷଡ଼ଯନ୍ତ୍ର ରଚାଯାଇଛି, ତାଙ୍କ ବିରୋଧରେ ମାୟାଜାଲ ରଚି କେଜ୍ରିୱାଲ ସିସୋଦିଆଙ୍କୁ ଜେଲ୍ ପଠାଇଥିବା ଜଣେ କଂଗ୍ରେସ ନେତ୍ରୀ ବଡ଼ ବୟାନ ଦେଇଛନ୍ତି । ଦିଲ୍ଲୀରେ ବିଜେପି-ଆମ୍ ଆଦମୀ ପାର୍ଟି (ଆପ) ମଧ୍ୟରେ ଅହି-ନକୁଳ ଲଢ଼େଇ ଚାଲିଥିବା ବେଳେ ସିସୋଦିଆଙ୍କ ଗିରଫଦାରୀକୁ ନେଇ ହଙ୍ଗାମା ଆରମ୍ଭ ହୋଇଯାଇଛି । ଏହା ମଧ୍ୟରେ କଂଗ୍ରେସ ନେତ୍ରୀଙ୍କ ବୟାନ ନିଆଁରେ ଘିଅ ଢାଳିବା ସଦୃଶ ହୋଇଛି ।

ସୂଚନା ମୁତାବକ, କଂଗ୍ରେସ ନେତ୍ରୀ ଅଳକା ଲାମ୍ବା ଏଭଳି ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି, ପୂର୍ବରୁ କେଜ୍ରିୱାଲ ସିସୋଦିଆଙ୍କୁ ହଟାଇବା ଚକ୍କରରେ ରହିଥିଲେ । ତାଙ୍କୁ କିପରି ଭ୍ରଷ୍ଟାଚାର ଆରୋପରେ ଫସାଇବେ ସେଥିପାଇଁ ସେ ବ୍ୟୁହ ରଚିଥିଲେ । ଖୁବଶୀଘ୍ର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀର ମହା ଠକ ସିଏମ୍ ଅରବିନ୍ଦ କ୍ରେଜିୱାଲଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ କରିବ । ମଦ ଦୁର୍ନୀତି ସହିତ ସିଏମଙ୍କର ସିଧାସଳଖ ସମ୍ପୃକ୍ତି ରହିଛି ।

Get real time updates directly on you device, subscribe now.