fbpx

ଶିଖରଙ୍କ ପାଇଁ ଚିନ୍ତାରେ ପଞ୍ଜାବ: ସାମ୍ କରନଙ୍କ ନେତୃତ୍ୱରେ କୋଲକାତା ବିପକ୍ଷରେ ଲଢେଇ

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ରେ ଆଜି ପଞ୍ଜାବ କିଙ୍ଗସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ହେବ କଡ଼ା ଟକ୍କର । କୋଲକାତାର ଇଡେନ ଗାର୍ଡେନ୍ସରେ ଏହି ମ୍ୟାଚ ଖେଳାଯିବାକୁ ଥିବା ବେଳେ ମ୍ୟାଚ ପୂର୍ବରୁ ପଞ୍ଜାବ କିଙ୍ଗସକୁ ଲାଗିଛି ଶକ୍ତ ଝଟକା । କୋଲକାତା ବିପକ୍ଷ ମ୍ୟାଚରେ ମଧ୍ୟ ନିୟମିତ ଅଦିନାୟକ ଶିଖର ଧୱନ ଦଳରୁ ବାଦ୍ ପଡ଼ିଛନ୍ତି । ଶିଖରଙ୍କ ବିନା କୋଲାକାତା ବିପକ୍ଷରେ ମଇଦାନକୁ ଓହ୍ଲାଇବ ପଞ୍ଜାବ । ତେବେ ଦଳରେ ସାମ୍ କରନ୍ ଅଧିନାୟକ ପଦ ତୁଲାଇବେ ।

ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଦମଦାର ପ୍ରଦର୍ଶନ କରି କୋଲକାତା ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ପଞ୍ଜାବ କିଙ୍ଗସର ଦୁର୍ବଳ ପ୍ରଦର୍ଶନ ଲାଗି ରହିଛି । ଏହାପରେ କୋଲକାତା ବିପକ୍ଷ ମ୍ୟାଚ ପୂର୍ବରୁ ଦଳକୁ ଆଉ ଏକ ଝଟକା ଲାଗିଛି । ପଞ୍ଜାବର ନିୟମିତ ଅଧିନାୟକ ଶିଖର ଧୱନ ଆହତ ଯୋଗୁଁ ଦଳରୁ ବାଦ୍ ପଡ଼ିଛନ୍ତି । ଆହତ ସମସ୍ୟାରୁ ଧୱନ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହୋଇ ପାରି ନଥିବା ବେଳେ କୋଲକାତା ବିପକ୍ଷରେ ମଧ୍ୟ ସେ ଦଳରୁ ବାହାରେ ରହିବେ । ଏ ନେଇ ସ୍ପିନ ବୋଲିଂ କୋଚ୍ ସୁନୀଲ ଜୋଶୀ ସୂଚନା ଦେଇଛନ୍ତି ।

ତେବେ ଶିଖର ଧୱନଙ୍କ ସ୍ଥାନରେ ପଞ୍ଜାବର ନେତୃତ୍ୱ ପଦ ସାମ୍ କରନଙ୍କ କାନ୍ଧରେ ନ୍ୟସ୍ତ ରହିଛି । କୋଲକାତା ବିପକ୍ଷରେ ମଧ୍ୟ ସାମ୍ କରନ୍ ଦଳର ନେତୃତ୍ୱ ଭାବରେ ମଇଦାନକୁ ଓହ୍ଲାଇବେ । ତେବେ ଲଗାତାର ୪ଟି ମ୍ୟାଚରେ ପରାଜୟ ହେବା ପରେ ଦଳ ଆଜି ପ୍ଲେଇଙ୍ଗ-୧୧ରେ ପରିବର୍ତ୍ତନ କରିପାରେ । ଓପନର ଭାବରେ ଜନି ବେୟାରଷ୍ଟୋ ଏବଂ ରିଲି ରୁସୋଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ଦେଇପାରନ୍ତି ସାମ୍ କରନ୍ । ତେବେ ତାଙ୍କ ସହିତ ସେହିପରି ଧୱନଙ୍କ ସ୍ଥାନରେ ପ୍ରଭସିମ୍ରନ ସିଂହଙ୍କ ଉପରେ ରହିବ ଓପନିଙ୍ଗ ଭାର ।

କୋଲକାତା ପ୍ଲେଇଙ୍ଗ-୧୧: ଶ୍ରେୟସ ଆୟର(ଅଧିନାୟକ), ଫିଲ୍ ସଲ୍ଟ, ସୁନୀଲ ନାରାୟଣ, ଅଙ୍ଗକୃଷ ରଘୁବଂଶୀ, ଭେଙ୍କଟେଶ ଆୟର, ଆନ୍ଦ୍ରେ ରସେଲ, ରିଙ୍କୁ ସିଂହ, ରମନଦୀପ ସିଂହ, ମିଚେଲ ଷ୍ଟାର୍କ, ବରୁଣ ଚକ୍ରବର୍ତ୍ତୀ, ହର୍ଷିତ ରାଣା

ପଞ୍ଜାବ ପ୍ଲେଇଙ୍ଗ-୧୧: ସାମ୍ କରନ୍(ଅଧିନାୟକ), ରିଲି ରୁସୋ/ଜନି ବେୟାରଷ୍ଟୋ, ପ୍ରଭସିମ୍ରନ ସିଂହ, ଲିଆମ ଲିଭିଙ୍ଗଷ୍ଟୋନ୍, ଜିତେଶ ଶର୍ମା, ଶଶାଙ୍କ ସିଂହ, ଆଶୁତୋଷ ଶର୍ମା, ହରପ୍ରୀତ ବ୍ରାର, ହର୍ଷଲ ପଟେଲ, ଅର୍ଶଦୀପ ସିଂହ, କାଗିସୋ ରାବାଡା

Get real time updates directly on you device, subscribe now.