fbpx

ମେ’ ୮ ତାରିଖ ପର୍ଯ୍ୟନ୍ତ ଜେଲରେ ରହିବେ ମନୀଷ ସିସୋଦିଆ, କୋର୍ଟଙ୍କ ଠାରୁ ମିଳିଲାନି ଆଶ୍ୱସ୍ତି

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ କେସରେ ମନୀଷ ସିସୋଦିଆଙ୍କୁ କୋର୍ଟଙ୍କ ଠାରୁ ପୁଣି ଝଟକା ମିଳିଛି । ରାଉଜ ଏଭେନ୍ୟୁ କୋର୍ଟ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟୀର ନେତା ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ୮ ମେ ପର୍ଯ୍ୟନ୍ତ ବଢାଇଦେଇଛନ୍ତି । ମନୀଷ ସିସୋଦିଆଙ୍କୁ ଗତ ବର୍ଷ ଫେବୃଆରୀ ମାସରେ ଗିରଫ କରାଯାଇଥିଲା । ଏହାପରେ ସେ ଜେଲରେ ଅଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ ଏହି ମାମଲାରେ ଅରେଷ୍ଟ କରାଯାଇଛି ।

ଶୁଣାଣି ସମୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଉତ୍ତର ଦାଖଲ କରିବା ପାଇଁ ସମୟ ମାଗିଥିଲେ । ଏହା ଉପରେ କୋର୍ଟ ଇଡିକୁ ୮ ମେ ପର୍ଯ୍ୟନ୍ତ ସମୟ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ, ଡକ୍ୟୁମେଣ୍ଟର ନିରୀକ୍ଷଣକୁ ନେଇ ଇଡି ମେ ମାସ ୮ ତାରିଖ ୧୨ ସୁଦ୍ଧା ନିଜ ଜବାବ ଦାଖଲ କରିପାରିବ । ମନୀଷ ସିସୋଦିଆଙ୍କୁ ଗତ ବର୍ଷ ୨୬ ଫେବୃଆରୀ ଦିନ ଗିରଫ କରାଯାଇଥିଲା । ସିବିଆଇର ଗିରଫ ପରେ ସିସୋଦିଆ ଦିଲ୍ଲୀର ତିହାର ଜେଲରେ ବନ୍ଦୀ ଅଛନ୍ତି । ଆମ ଆଦମୀ ପାର୍ଟୀ ତାଙ୍କ ଗିରଫକୁ ବିରୋଧ କରିଛନ୍ତି ।

Get real time updates directly on you device, subscribe now.