fbpx

୪୦ ଡିଗ୍ରୀ ଉପରେ ୪ ସହର

ଭୁବନେଶ୍ୱର,୩୧ ।୫(ଓଡିଶା ଭାସ୍କର): କରୋନା ସଙ୍କଟ ମଧ୍ୟରେ ଖରାର ଉତ୍ତାପ ବଢିବାରେ ଲାଗିଛି । ଆଜି ରାଜ୍ୟର ୪ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ୪୦.୫ ଡିଗ୍ରୀ ସହ ସର୍ବାଧିକ ଉତ୍ତପ୍ତ ସହର ହୋଇଛି ବଲାଙ୍ଗିର । ଏହା ସହିତ ସୋନପୁରରେ ୪୦.୪, ମାଲକାନଗିରି ଓ ବୌଦ୍ଧରେ ତାତି ୪୦ ଡିଗ୍ରୀ ରେକର୍ଡ କରାଯାଇଛି ।

ଅନ୍ୟପଟେ ଆଜି ରାତି ୮ଟା ସୁଦ୍ଧା ଭୀଷଣ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି । ଏହା ସହ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ବର୍ଷା ହେଲେ ଗରମର ଉତ୍ତାପ ଟିକେ କମ ହେବ ବୋଲି ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.