Breaking: ଚିନ୍ତା ବଢ଼ାଇଲାଣି ଗ୍ରୀଷ୍ମ ପ୍ରବାହ, ଆକାଶରୁ ହୋଇପାରେ ନିଆଁବର୍ଷା

୬ ଜିଲ୍ଲାକୁ ତାତି ସତର୍କତା। ୪ରୁ୫ ଦିନ ଭିତରେ ଆଭ୍ୟନ୍ତରୀଣ ଓଡିଶାରେ ବଢ଼ିବ ତାତି। 

ଭୁବନେଶ୍ୱର: ଚିନ୍ତା ବଢ଼ାଇଲାଣି ଗ୍ରୀଷ୍ମ ପ୍ରବାହ। ମାର୍ଚ୍ଚ ମାସ ଯେତିକି ବଢ଼ୁଛି, ରାଜ୍ୟରେ ଖରାର ପ୍ରକୋପ ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ତାତି ଛୁଇଁଛି ୩୯ ଡିଗ୍ରୀ ତେଣୁ ପ୍ରଚଣ୍ଡ ରୌଦ୍ରତାପ ନେଇ ସତର୍କ କରାଇଲା SRCଙ୍କ ଅଫିସ୍।

ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ, ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ। ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ୪ରୁ ୫ ଦିନ ଭିତରେ ୩ରୁ ୫ ଡିଗ୍ରୀ ତାପମାତ୍ରା ବଢ଼ିବା ଅନୁମାନ କରାଯାଉଛି।

କହିବାକୁ ଗଲେ ଆସନ୍ତା ୧୩ ଓ ୧୪ରେ ପଶ୍ଚିମ ଓଡିଶାରେ ହୋଇପାରେ ନିଆଁବର୍ଷା। ଅସହ୍ୟ ତାତି ସାଙ୍ଗକୁ ଗରମ ଲୋକଙ୍କୁ କଲବଲ କରିପାରେ। ଏଥିପାଇଁ ଆଭ୍ୟନ୍ତରୀଣ ଓଡ଼ିଶାର ୬ ଜିଲ୍ଲାର ଜିଲ୍ଲାପାଳଙ୍କୁ ତାତି ସତର୍କତା ଜାରି କରାଯାଇଛି।

ଏହି ଜିଲ୍ଲାଗୁଡିକ ହେଉଛି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ ଓ ବଲାଙ୍ଗିର। ଏହି ସମୟ ମଧ୍ୟରେ ଏହିସବୁ ଜିଲ୍ଲାର ବାସିନ୍ଦାମାନେ ଗ୍ରୀଷ୍ଣ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି।