fbpx

ରାଜ୍ୟର ୫ ସହରରେ ଘନ କୁହୁଡ଼ି

Advertisement

ଭୁବନେଶ୍ୱର, ୭ା୧୨ (ଓଡିଶା ଭାସ୍କର): ଶୀତର ପ୍ରକୋପ ଯୋଗୁଁ ରାଜ୍ୟର ୫ ସହରରେ ଘନ କୁହୁଡ଼ି ଦେଖାଦେଇଥିବା ଜଣାପଡ଼ିଛି । ଅନ୍ୟ ୪ଟି ସହରରେ ମଧ୍ୟ ଅଳ୍ପ କୁହୁଡ଼ି ଦେଖାଦେଇଥିଲା । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ୮.୫ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ଫୁଲବାଣୀ ରାଜ୍ୟର ସବୁଠୁ ଥଣ୍ଡା ସହର ଭାବେ ପରିଗଣିତ ହୋଇଛି । ରାଜ୍ୟର ୪ଟି ସହରର ତାପମାତ୍ରା ୧୨ ଡିଗ୍ରୀ ସେଲସିୟସ ତଳେ ରହିଥିବା ଜଣାଯାଇଛି । ଅନ୍ୟ ସହରମାନଙ୍କ ମଧ୍ୟରେ ସୋନପୁର ୮.୮, ଅନୁଗୁଳ ୧୦.୬, ଭବାନିପାଟଣା ୧୧.୬, କଟକ ୧୬.୪, ଭୁବଶ୍ୱେର ୧୭.୬ ଡିଗ୍ରୀ ସେଲସିୟସ ରହିଥିବା ଜଣାଯାଇଛି । ଚାନ୍ଦବାଲି ଓ ରାୟଗଡ଼ାରେ ଅତି ଘନ କୁହୁଡ଼ି ପରିଲକ୍ଷିତ ହୋଇଥିବା ବେଳେ ୪୦ ମିଟର ପର୍ଯ୍ୟନ୍ତ ଦୃଶ୍ୟମାନ ହେଉଥିଲା । ସେହିପରି ଜଗତସିଂହପୁରର ପାରାଦୀପରେ ୫୦ ମିଟର, ସୋନପୁର ଓ ବୌଦ୍ଧରେ ୧୦୦ ମିଟର ପର୍ଯ୍ୟନ୍ତ ଦୃଶ୍ୟମାନ ହେଉଥିବା ଜଣାପଡ଼ିଛି । କଟକ, ଭୁବନେଶ୍ୱର, କୋରାପୁଟ ଓ ନୟାଗଡ଼ରେ କୁହୁଡ଼ି ସାମାନ୍ୟ ହାଲୁକା ପରିଲକ୍ଷିତ ହୋଇଥିଲା ।

Get real time updates directly on you device, subscribe now.