fbpx

ଅସମର ଚାରିଆଡ଼େ ଖାଲି ପାଣି ଆଉ ପାଣି, କି ଭୟଙ୍କର ସ୍ଥିତି, ଦେଖନ୍ତୁ ଏହି ୩ଟି Video

ନୂଆଦିଲ୍ଲୀ: ଅସମରେ ମୁଷଳଧାରାରେ ବର୍ଷା ଯୋଗୁଁ ସାଧାରଣ ଜନଜୀବନର ଆଶାତୀତ ଭାବେ ପ୍ରଭାବିତ ହୋଇଛି । ରାଜ୍ୟର ଭିନ୍ନ ଭିନ୍ନ ଅଞ୍ଚଳରେ ବନ୍ୟା ଯୋଗୁଁ ଘରଦ୍ୱାର ବୁଡ଼ି ରହିଛି । ତେଣୁ ଲୋକମାନେ ନିଜ ବାସଗୃହ ଛାଡ଼ି ସୁରକ୍ଷିତ ସ୍ଥାନକୁ ପଳାୟନ କରିଛନ୍ତି । ଚାରିଆଡ଼େ ଖାଲି ପାଣି ଆଉ ପାଣି ।

ଚଳିତ ବର୍ଷ ରାଜ୍ୟର ୨୮ଟି ଜିଲ୍ଲାର ପାଖାପାଖି ୧୯ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ତେବେ ବନ୍ୟା ଓ ଭୂସ୍ଖଳନ ପାଇଁ ବର୍ତ୍ତମାନ ସୁଦ୍ଧା ୫୫ ଜଣଙ୍କର ମୃତ୍ୟୁ ଘଟିସାରିଲାଣି । ସଡ଼କ ପଥରେ ପାଣି ଭରି ରହିଥିବାରୁ ଲୋକଙ୍କୁ ଯାତାୟାତ କରିବାରେ ସମସ୍ୟା ଉପୁଜୁଛି । ହଜାର ହଜାର ଲୋକ ନିଜ ଘର ଛାଡ଼ିଥିବା ବେଳେ ହୋଜଈ ଜିଲ୍ଲାରେ ତିନି ଜଣ ଶିଶୁ ନିଖୋଜ ହୋଇଯାଇଛନ୍ତି । ଅନ୍ୟ ୨୧ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି ।

ତେବେ ବନ୍ୟା କାରଣରୁ ମୋଟ ୩.୫୫ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ମୋଟ ୪୩୩୩୮.୩୯ ହେକ୍ଟର ଫସଲ ଭୂମି ପାଣି ଘେରରେ ରହିଛି । ରାଜ୍ୟର ବନ୍ୟା ସ୍ଥିତିକୁ ଦେଖି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନରେ କଥା ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ତରଫରୁ ଆବଶ୍ୟକ ସହାୟତା ପ୍ରଦାନ କରାଯିବା ନେଇ ଆଶ୍ୱାସନା ଦିଆଯାଇଛି ।

ତେବେ ଆସନ୍ତା କିଛିଦିନ ପାଇଁ ରାଜ୍ୟରେ ବର୍ଷା ଜାରି ରହିବ ବୋଲି ମୌସମ ବିଭାଗ ପକ୍ଷରୁ କୁହାଯାଇଛି । ଆଜି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳେ ବର୍ତ୍ତମାନ ସମୟରେ ଗ୍ରାମାଞ୍ଚଳର ସ୍ଥିତି ବହୁତ ଖରାପ ରହିଛି । ପ୍ରତି ଘଣ୍ଟାରେ ବନ୍ୟା ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଭାରତୀୟ ସେନା, ଏନଡିଆରଏଫ୍, ଏସଡିଆରଏଫ୍ ଟିମ୍ ପ୍ରଭାବିତ ଅଞ୍ଚଳରେ ରେସକ୍ୟୁ ଅପରେସନ ଜାରି ରଖିଛନ୍ତି ।

Get real time updates directly on you device, subscribe now.