fbpx

ଆସନ୍ତାକାଲିଠାରୁ ରାଜ୍ୟର ଏହି ସ୍ଥାନମାନଙ୍କରେ ଘନକୁହୁଡ଼ି ଅନୁଭୂତ ହେବ, ଜାଣନ୍ତୁ କେଉଁଠି

Advertisement

ଭୁବନେଶ୍ୱର, ୩ା୧ (ଓଡିଶା ଭାସ୍କର): ରାଜ୍ୟରେ ଆଉ ୩ ଦିନ ପର୍ଯ୍ୟନ୍ତ ଘନକୁହୁଡ଼ି ଜାରି ରହିବ । ପାଣିପାଗ ବିଭାଗ ପକ୍ଷରୁ ଏନେଇ ପୂର୍ବାନୁମାନ କରାଯାଇଛି । ଆସନ୍ତାକାଲିଠାରୁ ୬ ଜିଲ୍ଲାରେ ଘନକୁହୁଡ଼ି ଆଶଙ୍କା ହେତୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏନେଇ ପୋଲିସ ଓ ପରିବହନ ବିଭାଗକୁ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ଚିଠି ଲେଖିଛନ୍ତି ।

ସୂଚନା ଅନୁଯାୟୀ, ୪ ତାରିଖ ସକାଳେ ରାଜ୍ୟର ୬ଟି ଜିଲ୍ଲା ଅନୁଗୁଳ, ବୌଦ୍ଧ, ସୋନପୁର, ଜଗତସିଂହପୁର, କନ୍ଧମାଳ, ଭଦ୍ରକରେ ଘନ କୁହୁଡ଼ି ଆଶଙ୍କା କରାଯାଇଛି । ୫ ତାରିଖ ସକାଳେ ୬ଟି ଜିଲ୍ଲା ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, କନ୍ଧମାଳ ଓ ଜଗତସିଂହପୁରରେ ଘନ କୁହୁଡ଼ି ଆଶଙ୍କା କରାଯାଇଛି ।

ସେହିପରି ୬ ତାରିଖ ସକାଳେ ରାଜ୍ୟର ୭ଟି ଜିଲ୍ଲା ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, କନ୍ଧମାଳ, ଜଗତସିଂହପୁର ଓ ନୟାଗଡ଼ରେ ଘନ କୁହୁଡ଼ି ଆଶଙ୍କା କରାଯାଇଛି । ତେବେ ଘନ କୁହୁଡ଼ି ନେଇ ଏସଆରସି ସତର୍କ କରାଇଛନ୍ତି । ଦୁର୍ଘଟଣା ରୋକିବା ଲାଗି ଯାନବାହାନ ନିୟନ୍ତ୍ରଣ ପାଇଁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.