fbpx
BSKY
BJD MC SKY
BJD YOUTH SKY

ପାଣିପାଗ କେନ୍ଦ୍ରର ସୂଚନା: ଏପ୍ରିଲ ୧୫ରୁ ଆରମ୍ଭ ହେବ ଗ୍ରୀଷ୍ମ ଲହରୀ, ତାପମାତ୍ରା ପୁଣି ଥରେ ୪୦ ଡିଗ୍ରୀରେ ପହଞ୍ଚିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ ରାଜ୍ୟରେ ପାଗରେ ପରବର୍ତ୍ତନ ହେବା ସହିତ ଧୀରେଧୀରେ ତାପମାତ୍ରା ବୃଦ୍ଧି ପାଇବ । ଆସନ୍ତା ୪ ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୬-୮ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ । ଏହାଫଳରେ ରାଜ୍ୟରେ ପୁଣି ଥରେ ତାପମାତ୍ରା ୪୦ ଡିଗ୍ରୀରେ ପହଞ୍ଚିବ । ୧୩ରୁ ରାଜ୍ୟରେ ଶୁଷ୍କ ବାୟୁ ପ୍ରବାହ ବଢ଼ିବ । ଫଳରେ ୧୫ରୁ ରାଜ୍ୟରେ ପୁଣି ଥରେ ଗ୍ରୀଷ୍ମ ଲହରୀ ଆରମ୍ଭ ହେବ । ପାଣିପାଗ କେନ୍ଦ୍ର ପକ୍ଷରୁ ଏପରି ସୂଚନା ଦିଆଯାଇଛି ।

ଏପ୍ରିଲ ମାସରେ ରାଜ୍ୟର ବିଭିନ୍ନ ସହରରେ ଅନୁଭୂତ ହୋଇଥିବା ତାପମାତ୍ରା ରେକର୍ଡ ଭଙ୍ଗ କରିଛି । ୧୧ ତାରିଖରେ ରାଜ୍ୟର ୪ଟି ସହରରେ ଚଳିତ ମାସର ସବୁଠାରୁ ଥଣ୍ଡା ଦିନ ଅନୁଭୂତ ହୋଇଥିଲା । ବର୍ଷା ଓ ମେଘୁଆ ଆକାଶ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରାରେ ହ୍ରାସ ପାଇଥିଲା । ଅନୁଗୁଳ, ଟିଟିଲାଗଡ଼, ସମ୍ବଲପୁର, ହୀରାକୁଦ ଆଦି ସହର ଏପ୍ରିଲ ମାସର ସବୁଠାରୁ ଥଣ୍ଡା ଦିନ ଭାବେ ପରିଗଣିତ ହୋଇଥିଲା । ଟିଟିଲାଗଡ଼ରେ ଦିନର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରରେ ୨୫.୭, ହୀରାକୁଦରେ ୨୬.୧ ଓ ଅନୁଗୁଳରେ ୨୬.୭ ଡିଗ୍ରୀ ରହିଥିଲା ।

ପଶ୍ଚିମା ଝଡ଼ର ପ୍ରଭାବ ଯୋଗୁଁ ବାୟୁ ମଣ୍ଡଳର ମଧ୍ୟ ଓ ଉପରିଭାଗରେ ନିମ୍ନଚାପରେଖା ପ୍ରଭାବରେ ଏପରି ପାଗ ସୃଷ୍ଟି ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ୪ଟି ସହରରେ ସର୍ବକାଳୀନ ରେକର୍ଡ ହେବା ସହ ୧୧ଟି ସହରରେ ତାପମାତ୍ରା ୨୭ ଡିଗ୍ରୀରୁ କମ୍ ରହିଥିଲା । ତେବେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ପୂର୍ବରୁ ୧୪ ତାରିଖରୁ ରାଜ୍ୟର କିଛି ଜିଲ୍ଲାରେ ଉଷ୍ଣ ରାତି ଅନୁଭୂତ ହେବ । ଆସନ୍ତା ୩ ଦିନ ପର୍ଯ୍ୟନ୍ତ କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ କାଳବୈଶାଖୀ ଜନିତ ହାଲୁକା ବର୍ଷା ହେବା ନେଇ ଆକଳନ କରାଯାଇଛି ।

Get real time updates directly on you device, subscribe now.