fbpx

DRDOରେ ଏହି ପୋଷ୍ଟ ପାଇଁ ବାହାରିଲା ନିଯୁକ୍ତି : ଇ-ମେଲ ମାଧ୍ୟମରେ ପଠାଇପାରିବେ ମେଲ୍

ନୂଆଦିଲ୍ଲୀ: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ସ୍ନାତକ ଏବଂ ଡିପ୍ଲୋମା ଆପ୍ରେଣ୍ଟିସ୍ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି । ସରକାରୀ ଚାକିରି ଖୋଜୁଥିବା ସମସ୍ତ ପ୍ରାର୍ଥୀଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ।

ଇଞ୍ଜିନିୟରିଂରେ ସ୍ନାତକ କିମ୍ବା ଡିପ୍ଲୋମା କରୁଥିବା ଯୁବକମାନେ ଏହି ନିଯୁକ୍ତିରେ ଯୋଗଦେବା ପାଇଁ ଆବେଦନ କରିପାରିବେ । ଆବେଦନର ଶେଷ ତାରିଖ ୩୦ ଏପ୍ରିଲ ୨୦୨୪ ଭାବରେ ସ୍ଥିର କରାଯାଇଛି ।

ଏହି ନିଯୁକ୍ତିରେ ଅଂଶଗ୍ରହଣ କରିବାକୁ, ଆପଣ ଆବେଦନ ଫର୍ମକୁ ସଂପୂର୍ଣ୍ଣ ପୂରଣ କରିବା ସହ ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ସଂଲଗ୍ନ କରି ଏହାକୁ ଇମେଲ୍- ବକ୍ଟ୍ରକ୍ଟ୍ରକ୍ସରଦ୍ଭଗ୍ଧସମର.ବମରଜ୍ଞଅଶକ୍ଟଙ୍ଖ.ସଦ୍ଭ କୁ ପଠାଇ ପାରିବେ । ପ୍ରାର୍ଥୀମାନେ ଧ୍ୟାନ ଦେବା ଉଚିତ୍ ଯେ ସେମାନଙ୍କୁ ଫର୍ମର ହାର୍ଡ କପି ପଠାଇବାର ଆବଶ୍ୟକତା ନାହିଁ ।

ଯୋଗ୍ୟତା ଏବଂ ମାନଦଣ୍ଡ

ଏହି ନିଯୁକ୍ତିରେ ସ୍ନାତକୋତ୍ତର ଆପ୍ରେଣ୍ଟିସ୍ ପଦବୀ ପାଇଁ ଆବେଦନ କରିବାକୁ, ପ୍ରାର୍ଥୀଙ୍କର ସମ୍ପୃକ୍ତ କ୍ଷେତ୍ରରେ ଇଞ୍ଜିନିୟରିଂ ଡିଗ୍ରୀ ଥିବା ଆବଶ୍ୟକ – ବିଇ/ବି.ଠେକ୍/ବି.ଏସସି କେମେଷ୍ଟ୍ରୀ/ବି.ଏସସି ଫିଜିକ୍ସ । ଏହା ବ୍ୟତୀତ ଡିପ୍ଲୋମା ଆପ୍ରେଣ୍ଟିସ୍ ପୋଷ୍ଟଗୁଡିକରେ ଫର୍ମ ପୂରଣ କରିବା ପାଇଁ ପ୍ରାର୍ଥୀଙ୍କ ପାଖରେ ଇଞ୍ଜିନିୟରିଂରେ ଡିପ୍ଲୋମା ଥିବା ବାଧ୍ୟତାମୂଳକ । ଯୋଗ୍ୟତା ସହ ଜଡିତ ବିସ୍ତୃତ ସୂଚନା ପାଇଁ ପ୍ରାର୍ଥୀମାନେ ସରକାରୀ ବିଜ୍ଞପ୍ତି ଦେଖିବା ଜରୁରୀ ।

ଚୟନ କିପରି କରାଯିବ?

ଏହି ନିଯୁକ୍ତି ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନେ ସର୍ଟଲିଷ୍ଟ ହୋଇ ଇଣ୍ଟରଭ୍ୟୁ ପ୍ରକ୍ରିୟା ପାଇଁ ଆମନ୍ତ୍ରିତ ହେବେ । ଶେଷରେ ଇଣ୍ଟରଭ୍ୟୁରେ ପ୍ରଦର୍ଶନ ଉପରେ ଆଧାର କରି ପ୍ରାର୍ଥୀଙ୍କ ଅନ୍ତିମ ଯୋଗ୍ୟତା ତାଲିକା ପ୍ରସ୍ତୁତ ହେବ । ଏହି ନିଯୁକ୍ତି ମାଧ୍ୟମରେ ଗ୍ରାଜୁଏଟ୍ ଆପ୍ରେଣ୍ଟିସର ମୋଟ ୩୦ ଟି ପଦବୀ ଏବଂ ଡିପ୍ଲୋମା ଆପ୍ରେଣ୍ଟିସର ମୋଟ ୧୧ ଟି ପଦବୀରେ ନିଯୁକ୍ତି ଦିଆଯିବ ।

ଆପଣ କେତେ ଦରମା ପାଇବେ?

ଗ୍ରାଜୁଏଟ୍ ଆପ୍ରେଣ୍ଟିସ୍ ପଦବୀରେ ମନୋନୀତ ପ୍ରାର୍ଥୀଙ୍କୁ ମାସକୁ ୧୨୦୦୦ ଟଙ୍କା ଷ୍ଟାଇପେଣ୍ଡ ଏବଂ ଡିପ୍ଲୋମା ଆପ୍ରେଣ୍ଟିସ୍ ପୋଷ୍ଟରେ ମନୋନୀତ ପ୍ରାର୍ଥୀଙ୍କୁ ମାସିକ ୧୦୦୦୦ ଟଙ୍କା ଷ୍ଟାଇପେଣ୍ଡ ପ୍ରଦାନ କରାଯିବ । ଆପ୍ରେଣ୍ଟିସିପ୍ ଟ୍ରେନିଂର ଅବଧି ୧ ବର୍ଷରେ ସ୍ଥିର କରାଯାଇଛି ।

Get real time updates directly on you device, subscribe now.