fbpx

ବର୍ଷା ଓ ବଜ୍ରପାତକୁ ନେଇ ଅପରାହ୍ନ ୪ଟା ସୁଦ୍ଧା ୮ଜିଲ୍ଳା ସାବଧାନ, ଜାଣନ୍ତୁ କେଉଁ କେଉଁ ଜିଲ୍ଲା

ଭୁବନେଶ୍ୱର, ୧୧ା୯(ଓଡ଼ିଶା ଭାସ୍କର): ରାଜ୍ୟରେ ବର୍ତ୍ତମାନ ପାଗ ଶୁଖିଲା ରହିଛି । ଏହାସହ ସ୍ଥାନେ ସ୍ଥାନେ କୋଚିତ ବର୍ଷା ହୋଇଛି । ଏହାରି ମଧ୍ୟରେ ଆଜି ଅପରାହ୍ନ ୪ଟା ସୁଦ୍ଧା ୮ଜିଲ୍ଲାରେ ପ୍ରବଳ ବର୍ଷା ଓ ବଜ୍ରପାତ ନେଇ ସତର୍କ କରିଛି ପାଣିପାଗ ବିଭାଗ । ୮ଜିଲ୍ଲା ଗୁଡ଼ିକ ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ଗଜପତି, ନୟାଗଡ଼, ସୁନ୍ଦରଗଡ଼, କୋରାପୁଟ ଓ ସମ୍ବଲପୁର ।

ଅନ୍ୟପଟେ ଆସନ୍ତା ୧୩ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ଏହା ପ୍ରଭାବରେ ୭ଟି ଜିଲ୍ଳାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ଆଶଙ୍କା କରାଯାଇଛି । ୭ଜିଲ୍ଲା ଗୁଡ଼ିକ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, କନ୍ଧମାଳ ଓ ଗଞ୍ଜାମ । ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.