fbpx

ଅନ୍ତିମ ସଂସ୍କାର ଚାଲିଥିବା ବେଳେ କୋକେଇରେ ଆଖି ଖୋଲିଦେଲେ ଯୁବକ

ବିହାରରେ ଯେଉଁଦିନ ମହିଳାମାନେ ନିଜ ସନ୍ତାନର ଦୀର୍ଘ ଜୀବନ ପାଇଁ ଉପବାସ କରୁଥିଲେ, ସେବେ ଏକ ଅଜବ ଘଟଣା ସାମ୍ନାକୁ ଆସିଲା । ୧୭ ବର୍ଷର ଜଣେ ଯୁବକର ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ସେ ହଠାତ୍ ଆଖି ଖୋଲିଥିଲା ଓ ନିଶ୍ୱାସ ନେବାରେ ଲାଗିଲା । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣା ଟି ସତ ।

ତେବେ ପାଟଣାର କଙ୍କଡବାଗ ଅଞ୍ଚଳରେ ରହୁଥିବା ଜଣେ ୧୭ ବର୍ଷୀୟ ଯୁବକ ସୌରଭଙ୍କୁ ଦୁର୍ଘଟଣା ପରେ ଏକ ମେଡିକାଲକୁ ନିଆଯାଇଥିଲା । ୩ଦିନର ଚିକିତ୍ସା ପରେ ମେଡିକାଲରେ ସୌରଭଙ୍କୁ ମୃତ ଘୋଷଣା କରାଗଲା । ପରିବାର ଲୋକେ ପୁଅକୁ ମୃତ ଭାବି ଶବ ଘରକୁ ଆଣିଲେ ଓ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଆରମ୍ଭ କଲେ । ସୌରଭଙ୍କ ମା ତାଙ୍କ ଶବକୁ ଧରି ଗର୍ଜନ କରି କାନ୍ଦିବାରେ ଲାଗିଲେ । ସମସ୍ତ ପ୍ରସ୍ତୁତି ପରେ ପରିବାର ଳୋକେ ସୌରଭଙ୍କ ଶବକୁ କୋକେଇରେ ଶୁଆଇ ଦିଆଗଲା । କିନ୍ତୁ ସେବେ ହଠାତ ସୌରଭଙ୍କ ହାତର ଆଙ୍ଗୁଳି ହଲିବା ସହ ସେ ନିଶ୍ୱାସ ନେବାକୁ ଲାଗିଲେ ।

ଚେତାଶୂନ୍ୟ ହୋଇଥିବା ସୌରଭଙ୍କୁ ଜିବିତ ଦେଖି ପରିବାର ଲୋକେ ଖୁସି ହେବା ସହ ତୁରନ୍ତ ପୁଅକୁ ଧରି ପିଏମସିଏଚ ମେଡିକାଲରେ ପହଞ୍ଚିଥିଲେ । ଏବେ ଯୁବକ ଜଣକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ଓ ତାଙ୍କ ତାଙ୍କ ଅବସ୍ଥା ଗୁରୁତର ରହିଛି ବୋଲି ଜଣାପଡିଛି ।

Get real time updates directly on you device, subscribe now.