fbpx

ଆଜି ୯ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ଗୁରୁବାର ଦିନ ସମୁଦ୍ର ପତନରେ ଥିବା ନିମ୍ନ ଚାପ ରେଖା ଉତ୍ତର -ପଂଜାବରୁ ହରିୟାଣା, ପଶ୍ଚିମ ଉତ୍ତରପ୍ରଦେଶ , ଉତ୍ତରା ଝାରଖଣ୍ଡ ଏବଂ ଗଙ୍ଗୀୟ ପଶ୍ଚିମ ବଙ୍ଗ ଉପତ୍ୟକା ମଧ୍ୟ ଦେଇ ଉତ୍ତର ପୂର୍ବ ବଙ୍ଗୋପସାଗର ଯାଏଁ ଲମ୍ବିଛି । ସେହିପରି ଝାଡଖଣ୍ଡ ଏବଂ ତାର ଆଖପାଖ ଅଂଚଳରେ ଗୋଟିଏ ଘୂର୍ଣ୍ଣିବଳୟ ଠାରୁ ଆଭ୍ୟନ୍ତରୀଣ ଓଡିଶା ମଧ୍ୟ ଦେଇ ଗୋଟିଏ ନିମ୍ନ ଚାପ ରେଖା ସମୁଦ୍ରପତନ ଠାରୁ ୧.୫କିମି ଉଚ୍ଚତା ମଧ୍ୟରେ ଉତର ଆନ୍ଧ୍ର ଉପକୂଳ ଯାଏଁ ଲମ୍ବିଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଂଟାରେ ୯ଟି ଜିଲ୍ଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ସମ୍ବଲପୁର, ଦେବଗଡ,ଅନୁଗୁଳ, କେନ୍ଦୁଝର ଏବଂ ଢେଙ୍କାନାଳର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଏହାଛଡା ମାଲକାନଗିରି , କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ଦେବଗଡ, କେନ୍ଦୁଝର, ଅନୁଗୁଳ, ଢ଼େଙ୍କାନାଳ, ବୌଦ୍ଧ, କନ୍ଧମାଳ,ସୁନ୍ଦରଗଡ, ମୟୂରଭଞ୍ଜ,ବାଲେଶ୍ୱର ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ , ଜଗତସିଂହପୁର, ଖୋର୍ଦ୍ଧା ଓ ପୁରୀର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡି ଘଡି ସହ ବର୍ଷାାର ସମ୍ଭାବନା । ଏହିସବୁ ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ସେହିପରି ୨୫ ତାରିଖ ସକାଳଠାରୁ ୨୬ ତାରିଖ ସକାଳ ପର୍ଯ୍ୟନ୍ତ ଯାଜପୁର, ଭଦ୍ରକ,ଢେଙ୍କାନାଳ, କଟକ, କେନ୍ଦ୍ରାପଡା,ଜଗତସିଂହପୁର , କେନ୍ଦୁଝର ,ମୟୁରଭଂଜ ବାଲେଶ୍ୱର,ଖୋର୍ଦ୍ଧା , ପୁରୀ, ଗଂଜାମ ଓ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା,ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଂଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ,କନ୍ଧମାଳ ଓ ସୁନ୍ଦରଗଡ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ଆଶଙ୍କା ରହିଥିବାରୁ ଏହିସବୁ ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Get real time updates directly on you device, subscribe now.