fbpx

୩ଜିଲ୍ଲାକୁ ବର୍ଷା ସହ ବଜ୍ରପାତ ନେଇ ସତର୍କ ସୂଚନା !

ଭୁବନେଶ୍ୱର, ୧୭ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଏହାସହ ଆସନ୍ତା ୧୯ରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରବଳ ବର୍ଷା ପାଇଁ କେତେକ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି । ଏହାରି ମଧ୍ୟରେ ୩ଜିଲ୍ଲାରେ ବର୍ଷା ସହ ବଜ୍ରପାତକୁ ନେଇ ସତର୍କ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ୩ଜିଲ୍ଲା ଅନୁଗୁଳ, ଢ଼େଙ୍କାନାଳ ଓ ନୟାଗଡ । ଏହି ସବୁ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ଅନ୍ୟପଟେ ୧୦ଜିଲ୍ଲାରେ ବନ୍ୟା ସ୍ଥିତି ସମୀକ୍ଷା କରିିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ୧୦ଜିଲ୍ଲା ମାଲକାନଗିରି, ଯାଜପୁର, ଢ଼େଙ୍କାନାଳ, ଭଦ୍ରକ, କେନ୍ଦ୍ରାପଡ଼ା, ବରଗଡ଼, ସୋନପୁର, ଦେବଗଡ଼, ବଲାଙ୍ଗିର ଓ ବୌଦ୍ଧ । ଏହାସହ ଏହି ସବୁ ଜିଲ୍ଲାରେ ବନ୍ୟା କ୍ଷୟକ୍ଷତି ରିପୋର୍ଟ ସମ୍ପର୍କରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ଜଣାଇବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.