fbpx

କେବେ ବାହାରିବ ବାଣିଜ୍ୟ ରେଜଲ୍ଟ? ଜାଣନ୍ତୁ କ’ଣ କହିଲେ ମନ୍ତ୍ରୀ

ଭୁବନେଶ୍ୱର,୧୭ ।୮(ଓଡିଶା ଭାସ୍କର): ବିଜ୍ଞାନ ପରେ +୨ ବାଣିଜ୍ୟ ରେଜଲ୍ଟ ବାହାର କରିବା ପ୍ରସ୍ତୁତି ଚାଲିଛି । ଏହି ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଅଗଷ୍ଟ ୧୯ ତାରିଖରେ +୨ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇବ । ଅଗଷ୍ଟ ୧୯ ତାରିଖ ୧୧ଟା ୩୦ରେ ରେଜଲ୍ଟ ପ୍ରକାଶ ପାଇବ ।’

ତେବେ ଏଥର ବାଣିଜ୍ୟରେ ୨୫,୭୮୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ମାର୍ଚ୍ଚ ୩ରୁ ୧୧୪୩ କେନ୍ଦ୍ରରେ ପରୀକ୍ଷା ଆରମ୍ଭ ହୋଇଥିଲା । କରୋନା କଟକଣାରେ ଜୁନ ୧ରୁ ଖାତାଦେଖା ଆରମ୍ଭ ହୋଇଥିଲା । ଅଗଷ୍ଟ ୩୧ ସୁଦ୍ଧା +୨ କଳା ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ପ୍ରକାଶ ପାଇବ ।

Get real time updates directly on you device, subscribe now.