fbpx

ଏଡିଲେଡ୍‌ରେ ପ୍ରବଳ ବର୍ଷା, ଅଟକିଲା ଭାରତ-ବାଂଲାଦେଶ ମ୍ୟାଚ୍, ଲାଗୁ ହେବ କି ଡକୱର୍ଥ ଲୁଇସ୍ ନିୟମ ?

ଆଡିଲେଡ୍‌: ଆଜି ଭାରତ ଏବଂ ବାଂଲାଦେଶ ମଧ୍ୟରେ ଟି-୨୦ ବିଶ୍ୱକପ୍‌ର ସୁପର ୧୨ ପର୍ଯ୍ୟାୟ ମ୍ୟାଚ୍ ଚାଲିଛି । ଏହି ମ୍ୟାଚ୍‌ରେ ଭାରତ ପାଇଁ ପୁଣି ବର୍ଷା ବାଧକ ସାଜିଛି । ଏଡିଲେଡ୍‌ରେ ପୁଣି ବର୍ଷା ଆରମ୍ଭ ହୋଇଯାଇଛି । ପ୍ରବଳ ବର୍ଷା କାରଣରୁ ମ୍ୟାଚ୍‌କୁ ଅଟକାଇ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ବାଂଲାଦେଶ ୭ ଓଭରରେ ବିନା କୌଣସି ଉଇକେଟ୍ ହରାଇ ୬୬ ରନ୍ ସଂଗ୍ରହ କରିଛି । ଏଭଳି ସ୍ଥିତିରେ ବାଂଲାଦେଶକୁ ଜିତିବା ପାଇଁ ୭୮ ବଲ୍‌ରେ ୧୧୯ ରନ୍ ଆବଶ୍ୟକ ।

ବାଂଲାଦେଶ ପାଇଁ ଲିଟନ୍ ଦାସ ମାତ୍ର ୨୧ ବଲ୍‌ରେ ଦ୍ରୁତ ଅର୍ଦ୍ଧଶତକ ହାସଲ କରିଛନ୍ତି। ତାଙ୍କର ଏହି ଇନିଂସ ବହୁତ ଗୁରୁତ୍ୱପୁର୍ଣ୍ଣ ହୋଇପାରେ । କାରଣ ପ୍ରବଳ ବର୍ଷା ପାଇଁ ପିଚ୍‌କୁ ଘୋଡାଇ ଦିଆଯାଇଛି । ଏବେ ପୁଣି ମ୍ୟାଚ୍ ଆରମ୍ଭ ହେବାର ସମ୍ଭାବନା ଖୁବ୍ କମ ରହିଛି । ଯଦି ଏପରି ହୁଏ ତେବେ ଡକୱର୍ଥ ଲୁଇସ୍ ନିୟମ ଲାଗୁ ହୋଇପାରେ । ନିୟମ ଅନୁଯାୟୀ ବାଂଲାଦେଶ ଏପର୍ଯ୍ୟନ୍ତ ୧୭ ରନ୍‌ରେ ଆଗୁଆ ଅଛି । ତେଣୁ ଯଦି ମ୍ୟାଚ୍ ଖେଳା ନଯାଏ ତେବେ ଏହି ମ୍ୟାଚ୍‌ରେ ବାଂଲାଦେଶଠାରୁ ଭାରତ ପରାଜୟ ବରଣ କରିପାରେ ।

Get real time updates directly on you device, subscribe now.