fbpx
BJD
BJD SKY
BJD SKY

ସରକାରଙ୍କ ନୂଆ ସୁବିଧା: ଏବେ ଘରେ ବସି ବସି ପ୍ରସ୍ତୁତ କରନ୍ତୁ ରାସନ କାର୍ଡ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ: ସରକାରଙ୍କ ପକ୍ଷରୁ ଗରିବ ଲୋକଙ୍କୁ କମ୍ ମୂଲ୍ୟରେ ଗହମ ଓ ଚାଉଳ ରାସନ କାର୍ଡ ମାଧ୍ୟମରେ ଯୋଗାଇ ଦିଆଯାଉଛି । କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ଗରିବ ଲୋକଙ୍କୁ ମାଗଣା ରାସନ ଯୋଗାଯାଉଛି । ଯଦି ଆପଣ ମଧ୍ୟ ସରକାରଙ୍କ ରାସନ ଯୋଜନାର ଲାଭ ଉଠାଇବାକୁ ରାସନ କାର୍ଡ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି, ତେବେ ଆସନ୍ତୁ ଜାଣିବା ଏହାର ପ୍ରୋସେସ୍ ।

ରାସନ କାର୍ଡକୁ ପ୍ରସ୍ତୁତ କରିବା ପାଇଁ ଅନେକ ସରକାରୀ ପ୍ରମାଣପତ୍ର ଆବଶ୍ୟକ ହୋଇଥାଏ । ଏହାକୁ ତିଆରି କରିବା ପାଇଁ ଅନେକ ଥର ଗୋଟିଏ ଅଫିସରୁ ଆଉ ଗୋଟିଏ ଅଫିସକୁ ବୁଲିବାକୁ ପଡେ । କିନ୍ତୁ ଆପଣ ଘରେ ବସି ମଧ୍ୟ ରାସକ କାର୍ଡ ତିଆରି କରିପାରିବେ । ଏହାକୁ ତିଆରି କରିବା ପୂର୍ବରୁ ଶ୍ରେଣୀ ଅନୁଯାୟୀ କେଉଁ ରାସନ କାର୍ଡ ଠିକ୍, ତାହା ଜାଣିବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପ୍ରଥମ ବିପିଏଲ୍ କାର୍ଡ ଦାରିଦ୍ର ସୀମାରେଖା ତଳେ ରହୁଥିବା ଲୋକଙ୍କ ପାଇଁ ରହିଛି । ଏହି କାର୍ଡରେ ୨୫ ରୁ ୩୦ କିଲୋଗ୍ରାମ ରାସନ ମିଳିଥାଏ ।

ଦ୍ୱିତୀୟ ଏପିଏଲ କାର୍ଡ ଦାରିଦ୍ର୍ୟ ସୀମାରେଖା ଉପରେ ରହୁଥିବା ଲୋକଙ୍କ ପାଇଁ ରହିଛି । ଏହା ଅଧୀନରେ ହିତାଧିକାରୀମାନେ୧୫ କିଲୋଗ୍ରାମ ରାସନ ପାଆନ୍ତି । ତୃତୀୟଟି ହେଉଛି ଅନ୍ତୋଦୟ କାର୍ଡ, ଯାହାକି ବହୁତ ଗରିବ ଲୋକଙ୍କ ପାଇଁ ତିଆରି ହୋଇଥାଏ ।

ରାସନ କାର୍ଡ ତିଆରି ପାଇଁ ଆବଶ୍ୟକୀୟ ପ୍ରମାଣପତ୍ର :

– ରାସନ କାର୍ଡ ପାଇଁ ଆବେଦନ କରିବାକୁ ପରିବାରର ସମସ୍ତ ସଦସ୍ୟଙ୍କ ପାଖରେ ଆଧାର କାର୍ଡ ଥିବା ଉଚିତ୍ ।
– ଆବେଦନକାରୀ ଉତ୍ତରପ୍ରଦେଶର ବାସିନ୍ଦା ହେବା ଉଚିତ୍ ।
– ଆବେଦନକାରୀଙ୍କ ପରିବାରର କୌଣସି ସଦସ୍ୟ ସରକାରୀ ଚାକିରି କରିଥିଲେ, ତାଙ୍କୁ ରାସନ ମିଳିବ ନାହିଁ ।
– ଆବେଦନକାରୀଙ୍କର କୌଣସି ଚାରି ଚକିଆ ଯାନ ନଥିବ ।
– ଆବେଦନକାରୀଙ୍କ ଆୟ ପ୍ରମାଣ, ପାସପୋର୍ଟ ଆକାରର ଫଟୋ, ବ୍ୟାଙ୍କ ଆକାଉଣ୍ଟ ବିବରଣୀ ଏବଂ ଭୋଟର ପରିଚୟ ପତ୍ର ।

ଅନଲାଇନ୍ ଆବେଦନ ପାଇଁ କ’ଣ କରିବେ?
-ସର୍ବପ୍ରଥମେ ଖାଦ୍ୟ ଏବଂ ଲଜିଷ୍ଟିକ୍ ବିଭାଗର ଅଫିସିଆଲ୍ ୱେବସାଇଟ୍ https://fcs.up.gov.in/ କୁ ଯାଆନ୍ତୁ ।
-ହୋମପେଜରେ ଦିଆଯାଇଥିବା ଡାଉନଲୋଡ୍ ଫର୍ମକୁ ଯାଇ କ୍ଲିକ୍ କରନ୍ତୁ ।
-ରାସନ କାର୍ଡ ଆପ୍ଲିକେସନର ଅପସନ୍ ଆସିବ । ଏଥିରେ ଗ୍ରାମୀଣ ଏବଂ ସହରୀ ଦୁଇଟି ବିକଳ୍ପ ଉପଲବ୍ଧ ମିଳିବ ।
-ସମ୍ପୃକ୍ତ ଫର୍ମ ଡାଉନଲୋଡ୍ କରନ୍ତୁ ଏବଂ ଫର୍ମକୁ ସଠିକ୍ ଭାବରେ ପୂରଣ କରନ୍ତୁ ।
-ଫର୍ମ ପୂରଣ କରିବା ପରେ ତହସିଲ ସ୍ତରରେ ଆବଶ୍ୟକ ଡକ୍ୟୁମେଣ୍ଟ ସହିତ ଏହାକୁ ଦାଖଲ କରନ୍ତୁ ।
-ତହସିଲ ସ୍ତରରେ କିଛି ଦିନର ଯାଞ୍ଚ ପରେ ଆପଣଙ୍କର ରାସନ କାର୍ଡ ତିଆରି ହୋଇଯିବ ।

Get real time updates directly on you device, subscribe now.