fbpx

ସାବଧାନ୍! ୬ ଜିଲ୍ଲାକୁ କାଳବୈଶାଖୀ

Advertisement

ଭୁବନେଶ୍ୱର,୨ ।୬(ଓଡିଶା ଭାସ୍କର): ଆଜି ଅପରାହ୍ନ ୧ଟା ୪୫ ସୁଦ୍ଧା ଭୀଷଣ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏହା ସହ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏନେଇ ୬ଟି ଜିଲ୍ଲାକୁ ସତର୍କ ରହିବାକୁ କୁହାଯାଇଛି । ସେହି ୬ଟି ଜିଲ୍ଲା ମଧ୍ୟରେ ନୂଆପଡା, ବରଗଡ, ସୁବର୍ଣ୍ଣପୁର, ବୌଦ୍ଧ, କଳାହାଣ୍ଡି ଓ ବଲାଙ୍ଗିର ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ତାଜା ଅପଡେଟ୍ ଦିଆଯାଇଛି ।

Get real time updates directly on you device, subscribe now.