fbpx

କେରଳରେ ବର୍ଷାର ତାଣ୍ଡବ, ପାଣିରେ ମିଶିଗଲା ପକ୍କାଘର; ଦେଖନ୍ତୁ ଭିଡିଓ

ଥିରୁବନ୍ତପୁରମ୍: କେରଳର କିଛି ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଥିବା କାରଣରୁ ଭୟାନକ ପରିସ୍ଥିତି ସୃଷ୍ଟି ହୋଇଛି । ମୁଷଳଧାର ବର୍ଷା କାରଣରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟାର କହର ଦେଖାଦେଇଛି । ରାଜ୍ୟରେ ବର୍ଷା କାରଣରୁ ହୋଇଥିବା ବିଭିନ୍ନ ଘଟଣା ଯୋଗୁଁ ୧୮ ଜଣଙ୍କର ପ୍ରାଣ ଚାଲିଯାଇଛି । ଏହାସହିତ ଅନେକ ନିଖୋଜ ହୋଇଯାଇଛନ୍ତି । ଏହା ଭିତରେ କେରଳର ଯେଉଁ ଯେଉଁ ଅଞ୍ଚଳରେ ବର୍ଷା ହେଉଛି ସେହି ସବୁ ସ୍ଥାନର ଭିଡିଓ ଏବେ ଭାଇରାଲ୍ ହେଉଛି । ତେବେ ଏପରି ଏକ ଭିଡିଓ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି ।

ତେବେ ଭିଡିଓଟି କୋଟ୍ଟାୟମ୍ର ମୁଣ୍ଡକାୟମ୍ ଅଞ୍ଚଳର ହୋଇଥିବା ଜଣାପଡ଼ିଛି । ଭିଡିଓରେ ଦେଖିବାକୁ ମିଳିଛି ପ୍ରବ, ବର୍ଷା କାରଣରୁ ସଡ଼କ ପାଖରେ ନଦୀର ଭ୍ରମ ସୃଷ୍ଟି ହୋଇଛି । ଆଉ ତାହାର ପାଣିର ସୁଅ ମଧ୍ୟ ଖୁବ୍ ଜୋରରେ ରହିଛି । ଆଉ ଏହି ପାଣିର ସୁଅରେ ସଡ଼କକୁ ଲାଗି ରହିଥିବା ଏକ ଘର ଭାଙ୍ଗିଯାଇ ପାଣିରେ ଭାସି ଯାଉଛି । ହେଲେ ଏହି ଘଟଣାରେ କେହି ବି ମୃତାହାତ ହୋଇନାହାନ୍ତି ।

ସୂଚନାଯୋଗ୍ୟ, କୋଟ୍ଟୟମ୍ ଜିଲ୍ଲାର କୁଟ୍ଟିକଲ୍ ରେ ୪୦ ବର୍ଷିୟ ବ୍ୟକ୍ତି, ତାରଙ୍କ ୭୫ ବର୍ଷୀୟ ମା’, ୩୫ ବର୍ଷୀୟା ପତ୍ନୀ ଏବଂ ୧୪,୧୨ ଏବଂ ୧୦ ବର୍ଷିୟ ପିଲାଙ୍କ ସହିତ ପରିବାରର ୬ ଜଣଙ୍କର ମୃତ୍ୟୁ ହୋଇଯାଇଛି । ମୃତ ପରିବାରର ଘର ଭୁସ୍ଖଳନରେ ଭାଙ୍ଗିଯାଇଥିଲା । ଅନ୍ୟ ମାନେ ଏବେ ନିଖୋଜ ରହିଛନ୍ତି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରବଳ ବର୍ଷା ଓ ଭୂସ୍ଖଳନକୁ ଆଖି ଆଗରେ ରଖି ଓ ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ପିନରଇ ବିଜୟନଙ୍କ ସହିତ କଥାବାର୍ତ୍ତା ହୋଇଛନ୍ତି ।

Get real time updates directly on you device, subscribe now.