fbpx

ପାୱର କ୍ରାଇସିସ୍ ଭାଙ୍ଗିଲା ଚାଇନାର ମେରୁଦଣ୍ଡ, ତିନି ମାସ ମଧ୍ୟରେ ଖସିଲା ଅଭିବୃଦ୍ଧି ହାର

ନୂଆଦିଲ୍ଲୀ: ପାୱାର କ୍ରାଇସିସ୍, ସପ୍ଲାଇ ଚେନରେ ଦୁର୍ବଳତା, କରୋନାର ନୂଆ ଲହର କାରଣରୁ ଚାଇନାର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି । ଫଳରେ ଜୁଲାଇ-ସେପ୍ଟେମ୍ବର ତିନିମାସ ମଧ୍ୟରେ ଡ୍ରାଗନର ଇକୋନୋମିକ୍ ଗ୍ରୋଥ୍ ରେଟ୍ ମାତ୍ର ୪.୯ ପ୍ରତିଶତ ରହିଛି । ଏପ୍ରିଲ-ଜୁନ ତିନିମାସ ମଧ୍ୟରେ ଏହି ଗ୍ରୋଥ ରେଟ୍ ୭.୯ ପ୍ରତିଶତ ରହିଥିଲା । ଗତ ୨୦୨୦ ସେପ୍ଟେମ୍ବର ପରେ ଏହା ହେଉଛି ଚାଇନାର ସବୁଠାରୁ ଦୁର୍ବଳ ପ୍ରଦର୍ଶନ ।

ଚଳିତ ଆର୍ଥିକ ବର୍ଷରେ ପ୍ରଥମ ତିନି ମାସ ମଧ୍ୟରେ ଚାଇନାର ଅଭିବୃଦ୍ଧି ହାର ୧୮.୩୦ ପ୍ରତିଶତ ରହିଥିଲା । ଚୀନ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥନୀତି ହୋଇଥିବାରୁ ଏହାର ସୁଧାର ନିହାତି ଦରକାର । କରୋନା ମହାମାରୀ ମଧ୍ୟରେ ଚୀନର ପ୍ରପର୍ଟିକୁ ନେଇ ଚର୍ଚ୍ଚା ହେଉଥିଲା । ବିଶ୍ୱର ଶ୍ରେଷ୍ଠ ୫୦୦ କମ୍ପାନୀ ମଧ୍ୟରେ ସ୍ଥାନ ପାଇଥିବା ଚାଇନର ଏଭରଗ୍ରାଣ୍ଡ କମ୍ପାନୀ ଉପରେ ୩୦୦ ବିଲିୟନ ଡଲାରର କରଜ ଭାର ରହିଛି । ତେବେ ଏହି କମ୍ପାନୀ ଦେବାଳିଆ ପରିସ୍ଥିତିକୁ ଆସିଯାଇଥିବାରୁ ପ୍ରପର୍ଟି ମାର୍କେଟ ସହିତ ବ୍ୟାଙ୍କିଂ ସେକ୍ଟର ଉପରେ ଏହାର କୁପ୍ରଭାବ ପଡ଼ିବ । ତେବେ ଚୀନରେ ଏହି କମ୍ପାନୀ ଭୁଶୁଡ଼ିବା ଫଳରେ ଏହାର ପ୍ରଭାବ ଗ୍ଲୋବାଲ ଅର୍ଥନୀତିରେ ପଡ଼ିବ ବୋଲି କୁହାଯାଉଛି ।

Get real time updates directly on you device, subscribe now.