ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୫ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ୫ଟି ଜିଲ୍ଲାଗୁଡ଼ିକ ମଧ୍ୟରେ ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ସାମିଲ ।
ସେପଟେ ବାଙ୍ଗିରିପୋଷିରେ ବି ପ୍ରବଳ ବର୍ଷା ସହିତ କୁଆପଥର ମାଡ ହୋଇଛି । ଏଠାରେ ଗଛ ପଡିବା ଯୋଗୁଁ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ବହୁ ଆଜ୍ବେଷ୍ଟର ଘର ଓ ଗାଡ଼ି ଭାଙ୍ଗିଯାଇଛି । ବାଙ୍ଗିରିପୋଷି ବ୍ଲକର ସବୁ ଅଞ୍ଚଳ ଅନ୍ଧାର ହୋଇ ରହିଛି ।
ଆଜି ସକାଳଠାରୁ ବାରିପଦା ସହରରେ ପାଗର ପରିବର୍ତ୍ତନ ହୋଇଛି । ତେବେ କାଳବୈଶାଖୀ ବର୍ଷା ଯୋଗୁଁ ଟାଣଖରା ଓ ଅସହ୍ୟ ଗରମରୁ କିଛି ମାତ୍ରାରେ ସହରବାସୀଙ୍କୁ ଆସ୍ୱସ୍ତି ମିଳିଛି । ଗତକାଲି ପୂର୍ବାହ୍ନରୁ ବାରିପଦା ସହରରେ ମେଘୁଆ ପାଗ ରହିଥିବା ବେଳେ ଦ୍ୱିପ୍ରହର ବେଳକୁ ଆକାଶ ସମ୍ପୂର୍ଣ୍ଣ ମେଘାଛନ୍ନ ରହିଥିଲା । ଏହାପରେ ଅପରାହ୍ନ ୫ଟାରୁ ବର୍ଷା ଆରମ୍ଭ ହୋଇଥିଲା । ହେଲେ ରାତି ୯ଟାରୁ ଝିପିଝିପି ବର୍ଷା ଆରମ୍ଭ ହୋଇଥିଲା ।