ଦୁଲ ଦୁଲ ହୋଇ ନିର୍ଦ୍ଧୁମ କାଚିବ, ୩ଦିନ ବର୍ଷାରୁ ନାହିଁ ନିସ୍ତାର, ପ୍ରବଳ ବର୍ଷା ପାଇଁ ଜିଲ୍ଲାରେ ସ୍କୁଲ ବନ୍ଦ

୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ଆଜିଠୁ ତିନି ଦିନ ଯାଏଁ ପ୍ରବଳ ବର୍ଷା । ଲଘୁଚାପ ବର୍ଷାରେ ଭିଜିବ ପୁରା ଓଡ଼ିଶା । ଉପକୂଳ ଓଡ଼ିଶାରେ ପ୍ରବଳ ଆଉ ଦକ୍ଷିଣ ଓଡ଼ିଶାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ । ଆଜି ଏହା ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ର ନିକଟରେ ଏକ ଅବପାତର ରୂପ ନେବାର ସମ୍ଭାବନା ରହିଛି ।

ଯାହାର ପ୍ରଭାବରେ ସାରା ରାଜ୍ୟରେ ହୋଇପାରେ ପ୍ରବଳରୁ ଅତିପ୍ରବଳ ବର୍ଷା । ତେବେ ବର୍ଷାର ପ୍ରଭାବ ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାକୁ ଅଧିକ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଆଜି ୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଜିଲ୍ଲା ଦୁଇଟି ହେଉଛି କୋରାପୁଟ, ମାଲକାନଗିରି । ଅନ୍ୟସମସ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି ହୋଇଛି ।

ଆସନ୍ତାକାଲି ନବରଙ୍ଗପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଅନ୍ୟ ସମସ୍ତ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ପ୍ରବଳ ବର୍ଷା ଆଜି ମାଲକାନଗିରିରେ ସ୍କୁଲ ବନ୍ଦ ରଖାଯାଇଛି । ସେହିପରି କୋରାପୁଟ, ମାଲାକାନଗିରିରେ ୨୮ ଯାଏଁ ଅଫିସରଙ୍କୁ ସରକାରୀ କ୍ୱାର୍ଟର ନଛାଡ଼ିବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି ।