fbpx

ଆଜିଠାରୁ ୫ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା, ଜାଣନ୍ତୁ କେଉଁ ଜିଲ୍ଲା ରହିବେ ସତର୍କ?

ଭୁବନେଶ୍ୱର, ୭ା୯(ଓଡ଼ିଶା ଭାସ୍କର): ରାଜ୍ୟରେ ବର୍ତ୍ତମାନ ପାଗ ଶୁଖିଲା ରହିଛି । କିନ୍ତୁ ଆଜିଠାରୁ ୫ଦିନ ଯାଏଁ ରାଜ୍ୟରେ ବର୍ଷା ସହ ବଜ୍ରପାତ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜି ପାଇଁ ୧୩ ଜିଲ୍ଲା ଓ ଆସନ୍ତାକାଲି ପାଇଁ ୧୬ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାସହ ସବୁ ଜିଲ୍ଳାପାଳଙ୍କୁ ପରିସ୍ଥିତି ଉପରେ ନଜର ରଖିବାକୁ ଏସଆରସି ପ୍ରଦୀପ ଜେନା ଚିଠି ଲେଖିଛନ୍ତି । ଆଜି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ୧୩ ଜିଲ୍ଲା ଗୁଡ଼ିକ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ଼, ନୂଆପଡ଼ା, ବଲାଙ୍ଗିର, ଢ଼େଙ୍କାନାଳ, ବାଲେଶ୍ୱର ଓ ଭଦ୍ରକ । ଏହି ସବୁ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି ।

Get real time updates directly on you device, subscribe now.