fbpx

ସ୍ପଷ୍ଟ ହୋଇନି କେଉଁଠି ଉପକୂଳ ଛୁଇଁବ ବାତ୍ୟା, ୧୦ରେ ପ୍ରବଳ ବର୍ଷା ନେଇ ଚାରି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

Advertisement

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ପରବର୍ତ୍ତୀ ୪୮ଘଣ୍ଟା ରେ ଘନୀଭୂତ ହୋଇ ଅବପାତ ରେ ପରିଣତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୧୦ ତାରିଖରେ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅନୁଭୁତ ହୋଇପାରେ ଏବଂ ଗଞ୍ଜାମ,ଖୋର୍ଦ୍ଦା,ପୁରୀ ଏବଂ ଜଗତସିଂହପୁର ଜିଲ୍ଲାର କିଛିିକିଛି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପୁର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର ।

ତେବେ ଏହି ସାମ୍ଭାବ୍ୟ ବାତ୍ୟା ବିଷୟରେ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର(ଆଇଏମଡି) ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଲଘୂଚାପଟି ଘନିଭୁତ ହୋଇ ଆସନ୍ତାକାଲି ସୁଦ୍ଧା ଅବପାତର ରୂପ ନେବ । ଏହା ପରେ ଆହୁରୀ ଅଧିକ ଘନିଭୁତ ହୋଇ ୮ତାରିଖ ବେଳକୁ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ଏହା ପରେ ବାତ୍ୟାଟି ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି । ତେବେ ଏହି ସାମ୍ଭାବ୍ୟ ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ଧୀରେଧୀରେ ଓଡ଼ିଶା-ଆନ୍ଦ୍ରପ୍ରଦେଶ ଉପକୁଳ ସମୁଦ୍ର ଅସନ୍ତ ହେବ ।

୯ ତାରିଖ ବେଳକୁ ସମୁଦ୍ର ଭିତରେ ପବନର ବେଗ ତୀବ୍ର ହେବ । ଆଇଏମଡି ପୁର୍ବାନୁମାନ ଅନୁଯାୟୀ ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୮୦ରୁ ୯୦ କିମି ରହିପାରେ । ଏଥି ପାଇ ୮ ତାରିଖ ସୁଦ୍ଧା ମତ୍ସଜୀବିଙ୍କୁ ସମୁଦ୍ରରୁ ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ସାମ୍ଭାବ୍ୟ ବାତ୍ୟାଟି କେଉଁ ଉପକୂଳ ଛୁଇଁବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

Get real time updates directly on you device, subscribe now.