fbpx

ସାବଧାନ୍! ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ପ୍ରବଳ ଛେଚିବ

ଭୁବନେଶ୍ୱର,୨୦ ।୬(ଓଡିଶା ଭାସ୍କର): ଓଡିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବାରେ ଲାଗିଛି । ଏନେଇ ୬ଟି ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହି ୬ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହି ୬ଟି ଜିଲ୍ଲା ମଧ୍ୟରେ ସାମିଲ ରହିଛି- ଦେବଗଡ, ସୁନ୍ଦରଗଡ, ସମ୍ବଲପୁର, ସୁବର୍ଣ୍ଣପୁର, ଝାରସୁଗୁଡା ଓ ବରଗଡ । ଏହି ଜିଲ୍ଲା ସମେତ ଓଡିଶାର ଅନ୍ୟ କିଛି ଅଞ୍ଚଳରେ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ତାଜା ଅପଡେଟ୍ ଦିଆଯାଇଛି ।

Get real time updates directly on you device, subscribe now.