fbpx

ଦିଲ୍ଲୀରେ ଓଡିଆ ଡାକ୍ତରଙ୍କ କରୋନାଜନିତ ମୃତ୍ୟୁ

ନୂଆଦିଲ୍ଲୀ,୨୦ ।୬: ସାରା ଦେଶରେ ହୁ ହୁ ହୋଇ ବଢିଚାଲିଛି କରୋନା ଭାଇରସ୍ । ଏହାରି ମଧ୍ୟରେ ଆଜି ଦିଲ୍ଲୀରେ ଜଣେ ଓଡିଆ ଡାକ୍ତରଙ୍କ ମୃତ୍ୟୁ ହୋଇଛି । କରୋନାରେ ଆକ୍ରାନ୍ତ ହୋଇ ଜୀବନ ହରାଇଥିବା ଓଡିଆ ଡାକ୍ତରଙ୍କ ନାମ ଅଶ୍ୱିନୀ କୁମାର ପ୍ରତାପ । କରୋନାରେ ଆକ୍ରାନ୍ତ ହେବା ପରେ ରାଜୀବ ଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ ଚିକିତ୍ସାଳୟରେ ତାଙ୍କର ଦେହାନ୍ତ ଘଟିଛି ।

ତେବେ ଅଶ୍ୱିନୀ ଏମକେସିଜିର୨୦୦୫ ବ୍ୟାଚ୍ ଛାତ୍ର ଥିଲେ । ଡାକ୍ତରଙ୍କ ମୃତଦେହକୁ ଦିଲ୍ଲୀରୁ ଆଣିବାକୁ ପ୍ରଶାସନର ସହାୟତା ଲୋଡିଛନ୍ତି ଅଶ୍ୱିନୀଙ୍କ ସମ୍ପର୍କୀୟ । ଅନ୍ୟପଟେ ଡାକ୍ତର ଅଶ୍ୱିନୀଙ୍କ ୨ ସନ୍ତାନଙ୍କ ସମେତ ପତ୍ନୀ ଭୁବନେଶ୍ୱର ସ୍ଥିତ କୋଭିଡ୍ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

Get real time updates directly on you device, subscribe now.